ରାଜଧାନୀ ଉପକଂଠରୁ ୧ କୋଟିର ଡ୍ରଗ୍ସ ଜବତ, ଜଣେ ଗିରଫ

ରାଜଧାନୀ ଉପକଂଠରୁ ଜଣେ ଡ୍ରଗ୍ସ ଡିଲରକୁ କମିଶନରେଟ୍ ପୋଲିସ, ଖୋର୍ଦ୍ଧା ପୋଲିସ ଓ ସ୍ପେସିଆଲ ଟ୍ୟାସ୍କ ଫୋର୍ସ(ଏସଟିଏଫ)ର ମିଳିତ ଟିମ୍ ଗିରଫ କରିଛି

୧.୧୦ କିଲୋଗ୍ରାମର ଡ୍ରଗ୍ସ ଜବତ

ଭୁବନେଶ୍ୱର: ରାଜଧାନୀ ଉପକଂଠରୁ ଜଣେ ଡ୍ରଗ୍ସ ଡିଲରକୁ ଗିରଫ କରିଛି କମିଶନରେଟ୍ ପୋଲିସ, ଖୋର୍ଦ୍ଧା ପୋଲିସ ଓ ସ୍ପେସିଆଲ ଟ୍ୟାସ୍କ ଫୋର୍ସ(ଏସଟିଏଫ)ର ମିଳିତ ଟିମ୍ । ଅଭିଯୁକ୍ତଠାରୁ ୧.୧୦ କିଲୋଗ୍ରାମର ଡ୍ରଗ୍ସ ଜବତ ହୋଇଛି ଯାହାର ଆନୂମାନିକ ମୂଲ୍ୟ ୧ କୋଟି ଟଙ୍କା ହେବ ବୋଲି ପୋଲିସ୍ ଅନୁମାନ କରିିଛି । ଅଭିଯୁକ୍ତର ନାମ ସୁରେଶ କୁମାର ମହାପାତ୍ର ହୋଇଥିବା ବେଳେ ତା ଘର ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ପୋଡଡିହା ଗ୍ରାମରେ ।
ସୂଚନାଯୋଗ୍ୟ, ଖୋର୍ଦ୍ଧାରେ ନିଶା କାରବାର ହେଉଥିବାର କୌଣସି ବିଶ୍ୱସ୍ତସୂତ୍ରରୁ ଖବର ପାଇ ପୋଲିସ ଚଢାଉ କରିଥିଲା । ଅଭିଯୁକ୍ତ ଏଭଳି ନିଶା କାରବାର ସଂକ୍ରାନ୍ତରେ କୌଣସି ବୈଧ୍ୟ ପ୍ରମାଣ ଦେଖାଇ ପାରିନଥିଲା । ତେଣୁ ତାକୁ ଗିରଫ କରାଯାଇ ଖୋର୍ଦ୍ଧା ଜିଲ୍ଲା ଓ ସେସନ୍ସ କୋର୍ଟକୁ ପଠାଯାଇଛି । ଏ ନେଇ ଅଭିଯୁକ୍ତ ବିରୋଧରେ ଡିପିଏସ୍ ଆକ୍ଟ ୧୯୮୫ର ଧାରା ୨୧(ସି) ଓ ୨୯ରେ ଏକ ମାମଲା ରୁଜୁ କରାଯାଇଛି ।