୬ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ

ଆଜି ସମ୍ବଲପୁରରେ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି

୮ଟି ବନ୍ଧୁକ, ୨୨ ରାଉଣ୍ଡ ଜୀବନ୍ତ ଗୁଳି, ୧ଟି କାର୍, ୨ଟି ବାଇକ୍ ଓ ନଗଦ ୧୧.୨୦ ଲକ୍ଷ ଜବତ

ସମ୍ବଲପୁର: ଆଜି ସମ୍ବଲପୁରରେ ପୁଲିସ ଚଢ଼ଉ କରି ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଥିବା ୬ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି।

ଅପରାଧୀଙ୍କ ନିକଟରୁ ଜବତ ସାମଗ୍ରୀ ମଧ୍ୟରେ ୮ଟି ବନ୍ଧୁକ, ୨୨ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ କାର୍, ୨ଟି ମୋଟର ସାଇକେଲ ଓ ନଗଦ ୧୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। ଏସପି ମୁକେଶ କୁମାର ଭାମୁ କହିଛନ୍ତି, ଅଭିଯୁକ୍ତମାନେ ବେଆଇନ ବନ୍ଧୁକ କାରବାର ଓ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅଭିଯୁକ୍ତମାନେ ହେଲେ ମହମ୍ମଦ ସମଶେର, ମହମ୍ମଦ ମୌସିମ, ମନୁ ପାଣ୍ଡେ, ମୋହିତ ପାଶୱାନ, ସନ୍ତୋଷ ମହାରଣା ଓ ମହମ୍ମଦ ଅହମ୍ମଦ। ସେମାନଙ୍କ ନେଟୱାର୍କରେ ଅନ୍ୟମାନଙ୍କ ସମ୍ପୃକ୍ତି ଜାଣିବା ପାଇଁ ତଦନ୍ତ ଜାରି ରହିଛି। ସମସ୍ତ ଅପରାଧୀଙ୍କୁ ଧନୁପାଲି, ଠେଲକୋଲି, ଅଇଁଠାପାଲି, ବୁର୍ଲାରୁ ଗିରଫ କରାଯାଇଛି। ୬ ଜଣଙ୍କ ନାଁରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଛି।