ମହିଳା ଟି-୨୦ ଅନ୍ତର୍ଜାତୀୟ: ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କଲା ଭାରତ

ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ

ସେକେଣ୍ଡ ମ୍ୟାଚ୍ ୧୧ରେ ଓ ଥାର୍ଡ ମ୍ୟାଚ୍ ୧୩ରେ ହେବ

ବାଂଲାଦେଶ: ଢାକାର ମୀରପୁରସ୍ଥିତ ଶେରେ ବଙ୍ଗଳା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ସ୍ପିନରମାନେ ପରିସ୍ଥିତିକୁ ନିଜ ଫାଇଦାରେ ଉପଯୋଗ କରି ବାଂଲାଦେଶକୁ ୫ ୱିକେଟ୍ ହରାଇ ୧୧୪ ରନ୍ରେ ସୀମିତ ରଖିଥିଲେ। ବାଂଲାଦେଶ ଦେଇଥିବା ୧୧୫ ରନ୍ ର ଟାର୍ଗେଟକୁ ଭାରତ ୧୬.୨ ଓଭରରେ ୩ ଓ୍ଵିକେଟ୍ ହରାଇ ହାସଲ କରିନେଇଥିଲା। ଅଧିନାୟିକା ହରମନପ୍ରୀତ କୌର ଅପରାଜିତ ୫୪ ରନ୍ କରି ଭାରତୀୟ ଇନିଂସକୁ ପରିଚାଳନା କରିଥିବା ବେଳେ ସ୍ମୃତି ମନ୍ଧାନା ୩୮ ରନ୍ କରିଥିଲେ। ସୋର୍ଣ୍ଣାଙ୍କ ଦୁଇଟି ଗୋଲ୍ ବଳରେ ଆୟୋଜକ ଦଳ ୧୦୦ ରନ୍ ଅତିକ୍ରମ କରିଥିଲା।

ସେହିପରି ଦ୍ବିତୀୟ ମ୍ୟାଚ୍ ଚଳିତ ମାସ ୧୧ ତାରିଖରେ ଏବଂ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଚଳିତ ମାସ ୧୩ ତାରିଖରେ ଖେଳାଯିବ।