ଦେଖୁଛନ୍ତି କି ବିଗ୍ ବସ୍! ଏଣିକି ୬ ସପ୍ତାହ ନୁହେଁ ୮ ସପ୍ତାହ ଦେଖିବେ

ବିଗ୍ ବସ୍ ସୋ’କୁ ଆହୁରି ୧୫ ଦିନ ବା ଦୁଇ ସପ୍ତାହ ଓଟିଟିରେ ପ୍ରସାରଣ କରା ହେବ

ବିଗ୍ ବସ୍ ଓଟିଟି-୨: ସୋ’ର ଦୁଇ ସପ୍ତାହ ଅବଧି ବଢାଇଲେ ସଲମାନ ଖାନ୍

ମୁମ୍ବାଇ: ଭାରତର ସବୁଠାରୁ ମୋଷ୍ଟ ଭିଉଡ୍ ରିୟଲିଟି ସୋ ବିଗ୍ ବସ୍ ଦେଖୁଥିବା ଦର୍ଶକଙ୍କ ପାଇଁ ଖୁସି ଖବର । ଆହୁରି ୧୫ ଦିନ ବା ଦୁଇ ସପ୍ତାହ ଓଟିଟିରେ ପ୍ରସାରଣ କରା ହେବ । ପ୍ରଥମ ଦୁଇ ସପ୍ତାହ ଭଲ ପ୍ରଦର୍ଶନ କରାଯିବା ପରେ ବିଗ୍ ବସ୍ ସୋ’ର ହୋଷ୍ଟ ସଲମାନ ଖାନ୍ ସଦ୍ୟତମ ଏପିସୋଡରେ ଏହି ଘୋଷଣା କରିଛନ୍ତି । ସଲମାନ ପ୍ରତିଯୋଗୀଙ୍କୁ କହିଛନ୍ତି, ଦର୍ଶକମାନେ ସେମାନଙ୍କ ସୋ’କୁ ଏତେ ମାତ୍ରାରେ ଦେଖୁଛନ୍ତି ଯେ, ସମସ୍ତବ ପ୍ରତିଯୋଗୀଙ୍କ ସମଗ୍ର କ୍ୟାରିୟରରେ ଦେଖିବା ଅପେକ୍ଷା ବହୁତ ଅଧିକ । ତେଣୁ ଏହି ସୋ’ ବର୍ତମାନ ଛଅ ସପ୍ତାହ ପ୍ରସାରଣ ହେବାକୁ ଥିବା ବେଳେ ଏବେ ଏହାକୁ ଆହୁରି ଦୁଇ ସପ୍ତାହ ବଢାଇ ଦିଆ ଯାଇଛି । ବିଗ୍ ବସ୍ ଓଟିଟି-୨ର ପ୍ରଥମ ଦୁଇ ସପ୍ତାହରେ ୪୦୦ କୋଟି ମିନିଟ୍ ଯାଏ ଲୋକେ ଦେଖିଛନ୍ତି । ତେଣୁ ଏବେ ଆହୁରି ଦର୍ଶକ କେମିତି ଦେଖିବେ ସେ ଉପରେ ପରିଶ୍ରମ କରିବାକୁ ପଡିବ । ଏହା ଆମ ଇଣ୍ଡଷ୍ଟ୍ରିର ସର୍ବୋତମ ସୋ- ଆପଣମାନଙ୍କୁ ଆହୁରି ନିଜ ଉପରେ କାମ କରିବାକୁ ପଡିବ ।