ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନରେ ଧକ୍କା ହୋଇ ୨ଟି ହାତୀଙ୍କର ମୃତ୍ୟୁ ଘଟିଛି

ଆଉ ଗୋଟିଏ ହାତୀ ଆହତ

କେନ୍ଦୁଝର: ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନରେ ଧକ୍କା ହୋଇ ୨ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଜଖପୁରା ବାଂଶପାଣି ରେଳ ଧାରଣାରେ ଘଟିଛି।

ସୂଚନା ଅନୁଯାୟୀ, ଆନନ୍ଦପୁର ବନ୍ୟପ୍ରାଣୀ ଡିଭିଜନ୍ ବ୍ରାହ୍ମଣୀପାଳ ରେଞ୍ଜ ଅଧୀନ ବ୍ଲକଟାଙ୍ଗିରିଆପାଳ ପଞ୍ଚାୟତର ବାଲିଦଣ୍ଡା ଗ୍ରାମ ନିକଟରେ ହାତୀ ପଲ ରେଲୱେ ଟ୍ରାକ୍ ପାର ହେଉଥିବା ବେଳେ ଏକ ମାଲବାହୀ ଟ୍ରେନ୍ ଯାଉଥିବା ସମୟରେ ହାତୀଙ୍କୁ ଧକ୍କା ଦେଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ଦୁଇଟି ହାତୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ହାତୀ ଆହତ ହୋଇଥିଲା। ଖବର ପାଇ ଆନନ୍ଦପୁର ଡିଏଫଓଙ୍କ ସମେତ ବନ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ହାତୀକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।