ନୌସେନା ପାଇଁ ୨୬ଟି ରାଫେଲ ବିମାନ ଓ ୩ଟି ସ୍କ୍ରୋପେନ୍ ବୁଡ଼ାଜାହାଜ କିଣିବ ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ୟାରିସ୍ ଗସ୍ତ ପୂର୍ବରୁ ଭାରତ ନୌସେନା ପାଇଁ ୨୬ଟି ରାଫେଲ ଜେଟ୍ ଓ ୩ଟି ସ୍କର୍ପିନ୍ ବୁଡ଼ାଜାହାଜ କିଣିବ

ଚୁକ୍ତିର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ

ନୂଆଦିଲ୍ଲୀ: ଭାରତ ନୌସେନା ପାଇଁ ଫ୍ରାନ୍ସଠାରୁ ୨୬ଟି ରାଫେଲ ଜେଟ୍ ଓ ୩ଟି ସ୍କର୍ପିନ୍ ବୁଡ଼ାଜାହାଜ କିଣିବ। ଏଥିପାଇଁ ସଶସ୍ତ୍ର ବାହିନୀ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ନିକଟରେ ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ଜୁଲାଇ ୧୩-୧୪ରେ ମୋଦିଙ୍କ ପ୍ୟାରିସ୍ ଗସ୍ତ ସମୟରେ ଏହା ଘୋଷଣା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ୟାରିସ୍ ଗସ୍ତ ପୂର୍ବରୁ ଏହି ଜେଟ୍ ଓ ସ୍କର୍ପିନ୍ କିଣାଯିବ ବୋଲି ସୂଚନା ମିଳିଛି।

ଫ୍ରାନ୍ସରୁ ବିମାନ କିଣିବା ପାଇଁ ଆନ୍ତଃସରକାରୀ ଚୁକ୍ତି (ଆଇଜିଏ) ଆଗେଇ ନେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜୁଲାଇ ୧୨ରେ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଚୁକ୍ତିର ମୂଲ୍ୟ ୯୦ ହଜାର କୋଟିରୁ ଅଧିକ ବୋଲି ଜଣାପଡ଼ିଛି। ମୁମ୍ବାଇର ମାଜଗାଓଁ ଡକ୍ୟାର୍ଡରେ ନିର୍ମାଣ ହେବାକୁ ଥିବା ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ ଏବଂ ୩ଟି ଅତିରିକ୍ତ ସ୍କର୍ପିନ ଶ୍ରେଣୀର ବୁଡ଼ାଜାହାଜ କିଣିବା ପାଇଁ ମୋଦି ଭାରତ ପାଇଁ ଅଧିଗ୍ରହଣ ସ୍ୱାକ୍ଷର କରିବେ ବୋଲି ଜଣାପଡ଼ିଛି।