ଆଜି ରାଜ୍ୟରେ ପ୍ରବଳ ବର୍ଷା

ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଝଡ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାରୁ ରାଜ୍ୟର ଅନେକ ସ୍ଥାନରେ ଦିନତମାମ ବର୍ଷା ହେବାର ଅଛି ।

୪୦ରୁ ୫୦ କିଲୋମିଟର ବେଗରେ ପବନ

ଭୁବନେଶ୍ୱର: ଆଜି ରାଜ୍ୟରେ ପ୍ରବଳ ବର୍ଷା ହେବ । ଉତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଝଡ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବାରୁ ରାଜ୍ୟର ଅନେକ ସ୍ଥାନରେ ଦିନତମାମ ବର୍ଷା ହେବାର ଅଛି । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ୬ଟି ଜିଲ୍ଲା ଯଥା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡା, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିବା ସହ ଏହି ଜିଲ୍ଲା ଗୁଡିକରେ ଭୂସ୍ଖଳନ ହେବାର ଆଶଙ୍କା ମଧ୍ୟ ରହିଛି ବୋଲି ସତର୍କ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ କେନ୍ଦ୍ର । ଏହାବ୍ୟତୀତ କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ରାୟଗଡା, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ବରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସାମୁଦ୍ରିକ ଝଡ କାରଣରୁ ଘଂଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହେବା ସହ ଆସନ୍ତା ୨୨ ତାରିଖ ଯାଏଁ ମôଶଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।