ଖଡ଼ଗ ନଦୀ ଅବବାହିକା ପ୍ରକଳ୍ପ ପାଇଁ ୧୨୬ କୋଟି
ଖଡ଼ଗ ନଦୀ ଅବବାହିକା ପ୍ରକଳ୍ପକୁ ୧୨୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି।
ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳର ୨୦ ହଜାର ଲୋକ ଉପକୃତ ହେବେ
ଭୁବନେଶ୍ବର: ଖଡ଼ଗ ନଦୀ ଅବବାହିକା ପ୍ରକଳ୍ପକୁ ୧୨୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ବୌଦ୍ଧ, ବଲାଙ୍ଗୀର ଓ କନ୍ଧମାଳ ଜିଲ୍ଲାର ୨୦ ହଜାର ଲୋକ ଉପକୃତ ହେବେ। ୧୨୬ କୋଟି ଟଙ୍କା ବ୍ୟୟରେ ବାଲିଗୁଡ଼ା ବ୍ଲକ ଲଡ଼ଗାଁ ଗାଁ ନିକଟରେ ଏହି ପ୍ରକଳ୍ପ ହାତକୁ ନିଆଯିବ।
ଖଡ଼ଗ ନଦୀ ଅବବାହିକା ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ସାଧାରଣଙ୍କୁ ଅବସ୍ଥାପିତ କରାଯିବ ନାହିଁ ଏବଂ ନଦୀ ଜଳ ସଂରକ୍ଷଣରେ ସହାୟକ ହେବ। ଏହାବ୍ୟତୀତ ଏହି ପ୍ରକଳ୍ପ ମୌସୁମୀ ସମୟରେ ଏହି ଅଞ୍ଚଳର ପାନୀୟ ଜଳ ଆବଶ୍ୟକତା ପୂରଣ କରିବା ସହ ମାଛ ଚାଷ କରିବ ଏବଂ ଭୂତଳ ଜଳସ୍ତର ବୃଦ୍ଧି କରିବ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜୁଲାଇ ୫ ତାରିଖରେ ୫ଟି ସଚିବ ଭିକେ ପାଣ୍ଡିଆନ ବୌଦ୍ଧ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ସ୍ଥାନୀୟ ଲୋକେ ଖଡ଼ଗ ନଦୀଉପରେ ବ୍ୟାରେଜ୍ ନିର୍ମାଣ ଦାବିରେ ଏକ ଚିଠି ଦେଇଥିଲେ। ୫ଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି।