ଶିକ୍ଷାନୁଷ୍ଠାନର ନିରାପତ୍ତାକୁ ନେଇ ପ୍ରଶ୍ନ! ସ୍କୁଲ ଭିତରକୁ ପଶିଲା ୩ ବନ୍ୟ ଭାଲୁ

ନବରଙ୍ଗପୁର ଜିଲ୍ଲାର ଏକ ସରକାରୀ ହାଇସ୍କୁଲରେ ସୋମବାର ସକାଳେ ୩ଟି ଜଙ୍ଗଲୀ ଭାଲୁ ପଶି ଆସିଛନ୍ତି।

ଦିନତମାମ ସ୍କୁଲ ସହ ପାଠପଢା ବନ୍ଦ

ନବରଙ୍ଗପୁର: ରାଜ୍ୟରେ ଶିକ୍ଷାନୁଷ୍ଠାନର ନିରାପତ୍ତାକୁ ନେଇ ପ୍ରଶ୍ନବାଚୀ ଉଠିଛି। ଗତ କାଲି ଏକ କୋଚିଂ ସେଂଟରରେ ସାପ କାମୁଡି କେତେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଏକ ସ୍କୁଲରେ ବନ୍ୟ ଭାଲୁ ପଶିଛନ୍ତି। ନବରଙ୍ଗପୁର ଜିଲ୍ଲାର ଏକ ସରକାରୀ ହାଇସ୍କୁଲରେ ସୋମବାର ସକାଳେ ୩ଟି ଜଙ୍ଗଲୀ ଭାଲୁ ପଶିବା ପରେ ଗୋଟିଏ ଦିନ ପାଇଁ ପାଠପଢ଼ା ବନ୍ଦ ରହିଥିଲା।

ଜିଲ୍ଲାର ନନ୍ଦାହାଣ୍ଡି ବ୍ଲକ ଦହନାସ୍ଥିତ ସଦାଶିବ ହାଇସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ୩ଟି ଜଙ୍ଗଲୀ ଭାଲୁକୁ କ୍ୟାମ୍ପସ ଭିତରେ ବୁଲୁଥିବା ଦେଖି କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ପରେ ସ୍ଥାନୀୟ ବନ ବିଭାଗ ଅଧିକାରୀ ମାନେ ବିଦ୍ୟାଳୟରେ ପହଞ୍ଚି ଜଙ୍ଗଲୀ ଭାଲୁଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ କର୍ତ୍ତୃପକ୍ଷ ସ୍କୁଲକୁ ଦିନତମାମ ବନ୍ଦ ରଖିଛନ୍ତି। ଏହି ବିଦ୍ୟାଳୟ ପାଖରେ ଏକ ଜଙ୍ଗଲ ଥିବାରୁ ସେହି ଜଙ୍ଗଲରୁ ସ୍କୁଲ ଭିତରକୁ ଭାଲୁ ପଶିଥିବାର ସନ୍ଦେହ କରାଯାଉଛି।