ପୁଣି ଥରେ ଗିରଫ ହେବ ଗ୍ୟାଙ୍ଗଷ୍ଟର ଟିଟୋ

ଓଡ଼ିଶାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଉସମାନ ଅଲ୍ଲୀ ଓରଫ ଟିଟୋ ପୁଣି ଥରେ ଗିରଫ ହେବ।

ସର୍ତ୍ତମୂଳକ ଜାମିନରେ ନିୟମ ଉଲ୍ଲଂଘନ ଅଭିଯୋଗ

କଟକ: ଓଡ଼ିଶାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର ଉସମାନ ଅଲ୍ଲୀ ଓରଫ ଟିଟୋ ପୁଣି ଥରେ ଗିରଫ ହେବ। ସର୍ତ୍ତମୂଳକ ଜାମିନ ସମୟରେ ଲାଗୁ ହୋଇଥିବା ସର୍ତ୍ତ ଉଲ୍ଲଂଘନ ଅଭିଯୋଗରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି।

ଟିଟୋ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ସର୍ତ୍ତମୂଳକ ଜାମିନ ସର୍ତ୍ତରେ ଲାଗୁ ହୋଇଥିବା ସର୍ତ୍ତରେ କିଛି ପରିବର୍ତ୍ତନ ପାଇଁ ଆବେଦନ କରିଥିଲେ। ସେହି ମାମଲାର ଶୁଣାଣି ବେଳେ ରାଜ୍ୟର ସର୍ବୋଚ୍ଚ ଅଦାଲତ ଜାଣିବାକୁ ପାଇଥିଲେ ଯେ ଗ୍ୟାଙ୍ଗଷ୍ଟର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ନ ହୋଇ ଜାମିନ ସର୍ତ୍ତ ଉଲ୍ଲଂଘନ କରୁଛନ୍ତି ଏବଂ ତାଙ୍କୁ ପୁଣି ଗିରଫ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି।