ମିଶନ ଶକ୍ତି କାଫେ ଉଦଘାଟନ କଲେ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ

ଆଜି ଗାଇସିଲେଟ ବ୍ଲକର ମିଶନ ଶକ୍ତି କାଫେ,ମିଶନ ଶକ୍ତି ଗୃହ,ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ,ଗାଇସିଲେଟ ପଞ୍ଚାୟତ ଅଫିସ ଓ ନୂତନ ବ୍ଲକ କାର୍ଯ୍ୟାଳୟର ଉଦଘାଟନ କରାଯାଇଛି।

ଦେଶୀ ବିଦେଶୀ ଖାଦ୍ୟ ମିଳିବ

ବରଗଡ:ଆଜି ଗାଇସିଲେଟ ବ୍ଲକର ମିଶନ ଶକ୍ତି କାଫେ,ମିଶନ ଶକ୍ତି ଗୃହ,ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରାବାସ,ଗାଇସିଲେଟ ପଞ୍ଚାୟତ ଅଫିସ ଓ ନୂତନ ବ୍ଲକ କାର୍ଯ୍ୟାଳୟର ଉଦଘାଟନ କରାଯାଇଛି। ନୂତନ ମିଶନ ଶକ୍ତି କାଫେରେ ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ନିର୍ମିତ ପିଠା, ମଣ୍ଡା, ଇଟିଲି, ଦେଶୀ କୁକୁଡ଼ା ମାଂସ, ନାନ୍, ତନ୍ଦୁରୀ, ଚିକେନ୍ ହାଇଦ୍ରାବାଦ, ଚିକେନ୍ ମୁଗଲାଇ, ତନ୍ଦୁରୀ ରୁଟି, ମସଲା ପାପଡ଼, ଫ୍ରାଇ ପାପଡ଼, ଡାଲି ଫ୍ରାଇ, ଭେଜ କଢେଇ, ଭେଜ ଜାଲଫ୍ରାଇ, ଚନା ମସଲା, ଆଳୁ ଦମ୍, ସାଇ ପନିର, ମଲାଇ କୋଫତା, ଭେଜ କିମା ମସଲା, ଅଣ୍ଡା କସା, ଅଣ୍ଡା ତରକାରୀ, ଗରମ ଅଣ୍ଡା, ଅଣ୍ଡା ଅମଲେଟ ଇତ୍ୟାଦି ବହୁତ ଦେଶୀ ବିଦେଶୀ ଖାଦ୍ୟର ମଜା ନେବେ ଗାଁରୁ ବ୍ଲକକୁ ଆସୁଥିବା ଲୋକମାନେ। ସକାଳ ୯ ଠାରୁ ରାତ୍ର ୯ଟା ପର୍ଯ୍ୟନ୍ତ ମିଶନ ଶକ୍ତି କାଫେ ଖୋଲାରହିବ। ଏଠାରେ ସୁସ୍ୱାଦୁ ଖାଦ୍ୟ ଯୋଗାଇ ଦେବାକୁ ମିଶନ ଶକ୍ତି ସଭାପତି ସୂଚନା ଦେଇଛନ୍ତି। ମୁଖ୍ୟ ଅତିଥି ରୀତା ସାହୁ ମିଶନ ଶକ୍ତି କାଫେକୁ ଦେଖି ବେଶ ଖୁସି ହୋଇ କାଫେରେ ଜଳଖିଆ ଖାଇଥିଲେ। ମୁଖ୍ୟ ଅତିଥି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ,ଗାଇସିଲେଟ ବିଡ଼ିଓ ମନୋଜ କୁମାର ଦେବତା,ବ୍ଲକ ଉପାଧ୍ୟକ୍ଷ ପ୍ରଣୟ ସାହୁ,ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।