ଯୌତୁକ ଜନିତ ହତ୍ୟାର ଶିକାର ମହିଳା
ଯୌତୁକ ପାଇଁ ଗଞ୍ଜାମ ଜିଲ୍ଲାରେ ଜଣେ ନବବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ନବବିବାହିତା ମହିଳାଙ୍କୁ ହତ୍ଯା
ଗଞ୍ଜାମ: ଯୌତୁକ ପାଇଁ ଗଞ୍ଜାମ ଜିଲ୍ଲାରେ ଜଣେ ନବବିବାହିତା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲାର ସନ୍ତୋଷପୁର ପଞ୍ଚାୟତ ଅନ୍ତର୍ଗତ ସାତୁଲି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ, ସାତୁଳି ଗ୍ରାମର ଜ୍ୟୋତି ବାରିକ ଗତ ୬ ତାରିଖରେ ପିଣ୍ଟୁ ପ୍ରଧାନଙ୍କୁ ବିବାହ କରିଥିଲେ। ବିବାହର ୫ ଦିନ ପରେ ପିଣ୍ଟୁ କାମ ପାଇଁ ରାଜ୍ୟ ବାହାରକୁ ଯିବା ପରେ ଜ୍ୟୋତିଙ୍କ ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ନିର୍ଯାତନାକୁ ସହିନପାରି ଜ୍ୟୋତି ତାଙ୍କ ବାପଘରକୁ ଚାଲି ଯାଇଥିଲେ ମଧ୍ୟ ତାଙ୍କ ଶ୍ବଶୁର ଘର ଲୋକେ ବୁଝାମଣା କରି ଘରକୁ ନେଇଥିଲେ। ହେଲେ ଅଗଷ୍ଟ ୧ ତାରିଖରେ ଏମକେସିଜି ମେଡିକାଲରେ ଜ୍ୟୋତିଙ୍କ ଶ୍ବଶୁର ତାଙ୍କ ବାପାଙ୍କୁ ଜ୍ୟୋତିଙ୍କର ହଠାତ୍ ମୃତ୍ୟୁ ଖବର ଦେଇଥିଲେ। ଏଥି ପାଇଁ ଜ୍ୟୋତିଙ୍କ ବାପା ସନ୍ଦେହ ପ୍ରକଟ କରି ଯୌତୁକ ନିର୍ଯାତନା ଦେଇ ତାଙ୍କ ଝିଅକୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ଏମକେସିଜି ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।