ସୁବ୍ରତ ବାଗଚୀଙ୍କୁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି
ସୁବ୍ରତ ବାଗଚୀଙ୍କୁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସିଏମଓ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ବର: ଆଜି ରାଜ୍ୟର ସମସ୍ତ ବେସାମରିକ ସେବା ପ୍ରଶିକ୍ଷଣ ଅନୁଷ୍ଠାନରେ ସଂସ୍ଥାଗତ ଦକ୍ଷତା ବିକାଶ ପାଇଁ ସୁବ୍ରତ ବାଗଚୀଙ୍କୁ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଗଚୀଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି ବୋଲି ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ପୂର୍ବରୁ ବାଗଚୀ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।