ବିଦ୍ୟୁତ ବିଲ୍ ଅଧିକ ହେବାରୁ ହତ୍ୟା

ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ତାରାସିଂହା ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ବିଦ୍ୟୁତ ବିଲ୍ ଅଧିକ ହେବାରୁ ଜଣେ ମିଟର ରିଡର କର୍ମଚାରୀଙ୍କୁ ହତ୍ୟା କରାଯାଇଛି ।

ମିଟର ରିଡରଙ୍କୁ ହତ୍ୟା

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ତାରାସିଂହା ଥାନା ଅନ୍ତର୍ଗତ କୁପାଟି ଗ୍ରାମରେ ବିଦ୍ୟୁତ ବିଲ୍ ଅଧିକ ହେବାରୁ ଜଣେ ମିଟର ରିଡର କର୍ମଚାରୀଙ୍କୁ ହତ୍ୟା କରାଯାଇଛି । କୁପାଟି ଗ୍ରାମରେ ଜଣଙ୍କ ଘରେ ମିଟର ରିଡିଂ କରୁଥିବା ବେଳେ ସେହି ଘର ବାସିନ୍ଦା ବିଦ୍ୟୁତ୍ ବିଲର ମୂଲ୍ୟ ଅଧିକ ହେଉଥିବା ଅଭିଯୋଗ କରି ଉକ୍ତ ମିଟର ରିଡରଙ୍କ ସହ ଯୁକ୍ତିତର୍କ କରିଥିଲେ । କିନ୍ତୁ ଯୁକ୍ତିତର୍କ ଗଣ୍ଡଗୋଳର ରୂପ ଧାରଣ କରିଥିଲା । ଅଭିଯୁକ୍ତ ଜଣକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଯାହାଫଳରେ ଗୁରୁତର ଆହତ ହୋଇଥିବା ମିଟର ରିଡରଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି ।