ମଧୁ ବାବୁ ପେନସନ୍ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅତିରିକ୍ତ ୪.୧୩ ଆବେଦନକାରୀଙ୍କ ପାଇଁ ମଧୁ ବାବୁ ପେନସନ ସୁବିଧା ମଞ୍ଜୁର କରିଛନ୍ତି ।

ଜନସେବା ଦିବସରେ ମିଳିବ ପ୍ରଥମ ପେନସନ

ଭୁବନେଶ୍ଵର;୭/8/୨୩: ସାମାଜିକ ସୁରକ୍ଷା ପେନସନ ଆଶାୟୀଙ୍କ ପାଇଁ ଖୁସିର କାରଣ ପାଲଟିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଥରକେ ଅତିରିକ୍ତ ୪.୧୩ ଆବେଦନକାରୀଙ୍କ ପାଇଁ ମଧୁ ବାବୁ ପେନସନ ସୁବିଧା ମଞ୍ଜୁର କରିଛନ୍ତି।

ସିଏମଓଙ୍କ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଆସିଥିବା ଅଭିଯୋଗ ଏବଂ ମୋ ସରକାରଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଯୋଜନାରେ ଅଧିକ ଲୋକଙ୍କୁ ସାମିଲ କରିବା ପାଇଁ ଏହି ନିଷ୍ପତ୍ତି ନେଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭିକେ ପାଣ୍ଡିଆନ୍ ଓ ସିଏମ୍ଓର ଅନ୍ୟ ବରିଷ୍ଠ ଅଧିକାରୀମାନେ ଜିଲ୍ଲା ଗସ୍ତ କରି ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିବା ସହ ତୃଣମୂଳ ସ୍ତରରେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ସିଏମଓର ଏହି ଯୋଗାଯୋଗ ଅଧିକ ଦ୍ରୁତ ଗତିରେ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରୁଛି । ଏହାକୁ ମିଶାଇ ମଧୁ ବାବୁ ପେନସନ ଯୋଜନାର ଲକ୍ଷ୍ୟ କୁ ୩୨.୭୫ ଲକ୍ଷକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୨୮.୬୧ ଲକ୍ଷ ହିତାଧିକାରୀ ଏହି ଯୋଜନାରେ ଲାଭ ପାଉଥିଲେ।

ନବ ମଞ୍ଜୁରୀପ୍ରାପ୍ତ ସମସ୍ତ ହିତାଧିକାରୀଙ୍କୁ ନିର୍ବାଚିତ ପ୍ରତିନିଧିଙ୍କ ଉପସ୍ଥିତିରେ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ କିମ୍ବା ୱାର୍ଡ କାର୍ଯ୍ୟାଳୟରେ ୧୫ ଅଗଷ୍ଟ, ୨୦୨୩ ଅର୍ଥାତ୍ ଜନସେବା ଦିବସରେ ସେମାନଙ୍କର ପ୍ରଥମ ପେନସନ୍ ରାଶି ପ୍ରଦାନ କରାଯିବ। କ୍ୟାମ୍ପ ମୋଡରେ ହିତାଧିକାରୀଙ୍କୁ ସୁରୁଖୁରୁରେ ପେନସନ ପ୍ରଦାନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ପରାମର୍ଶ ଦିଆଯାଇଛି ।

ଓଡ଼ିଶା ସରକାର ମଧୁ ବାବୁ ପେନସନ ଯୋଜନା (ଏମବିପିୱାଇ) ଅଧୀନରେ ୨୮.୬୧ ଲକ୍ଷ (୨୮,୬୧,୧୯୫) ହିତାଧିକାରୀଙ୍କୁ ମାସିକ ୫୦୦/- ଟଙ୍କା, ୭୦୦/- ଟଙ୍କା ଓ ୯୦୦/- ଟଙ୍କା ହିସାବରେ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କରନ୍ତି। ବୟସ୍କ ବ୍ୟକ୍ତି, ବିଧବା, ଭିନ୍ନକ୍ଷମ ବ୍ୟକ୍ତି, ଅବିବାହିତ ମହିଳା, ଆରୋଗ୍ୟ ଲାଭ କରିଥିବା କୁଷ୍ଠ ରୋଗୀ, ଓଏସଏସିଏସ ଦ୍ୱାରା ଚିହ୍ନଟ ହୋଇଥିବା ଏଡ୍ସ ରୋଗୀ, ଛାଡ଼ପତ୍ରପ୍ରାପ୍ତ/ନିରାଶ୍ରୟ, କିନ୍ନର ବ୍ୟକ୍ତି, ବିଧବା, କୋଭିଡ ୍ ପ୍ରଭାବିତ ପରିବାରର ଅନାଥ ଶିଶୁ ଏବଂ ଅନ୍ୟ।ନ୍ୟ ଅସୁରକ୍ଷିତ ବ୍ୟକ୍ତିଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଏମବିପିୱାଇରେ ୦-୭୯ ବର୍ଷ ବୟସ ବର୍ଗର ହିତାଧିକାରୀଙ୍କୁ ମାସିକ ୫୦୦ ଟଙ୍କା ହିସାବରେ ପେନସନ ମିଳୁଥିବା ବେଳେ ୮୦ ବର୍ଷ ରୁ ଅଧିକ ବୟସର ହିତାଧିକାରୀଙ୍କୁ ମାସିକ ୭୦୦ ଟଙ୍କା ଲେଖାଏଁ ପେନସନ ମିଳୁଛି ।

ସେହିଭଳି ଏହି ଯୋଜନାରେ ୪୦-୫୯% ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ ୫୦୦/- ଟଙ୍କା ଏବଂ ୬୦% ରୁ ଅଧିକ ଭିନ୍ନକ୍ଷମ ହିତାଧିକାରୀଙ୍କୁ ମାସିକ ୭୦୦/- ଟଙ୍କା ଲେଖାଏଁ ପ୍ରଦାନ କରାଯାଉଛି। ୬୦% ଓ ତା’ଠାରୁ ଅଧିକ ଭିନ୍ନକ୍ଷମ ଏବଂ ୮୦ ବର୍ଷ ରୁ ଅଧିକ ବୟସର ହିତାଧିକାରୀଙ୍କୁ ମାସିକ ୯୦୦/- ଟଙ୍କା ମିଳୁଛି । ଏହି ୪ ଲକ୍ଷ ୧୩ ହଜାର ନୂଆ ହିତାଧିକାରୀଙ୍କୁ ସାମିଲ କଲେ ରାଜ୍ୟର ସାମାଜିକ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ।