ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଆବଶ୍ୟକ: ଏଏସଆଇ

ଶ୍ରୀମନ୍ଦିର ବହୁତ ପୁରୁଣା ହୋଇଥିବାରୁ ରତ୍ନ ଭଣ୍ଡାରକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସଂରକ୍ଷଣ କାର୍ଯ୍ୟ ନିହାତି ଆବଶ୍ୟକ ବୋଲି ଏଏସଆଇ କହିଛି।

୨୦୨୪ରେ ଖୋଲାଯାଉ ରତ୍ନଭଣ୍ଡାର: ଏଏସଆଇ

ପୁରୀ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିର ଆବଶ୍ୟକତା ଅଛି। ଶ୍ରୀମନ୍ଦିର ବହୁତ ପୁରୁଣା ହୋଇଥିବାରୁ ରତ୍ନ ଭଣ୍ଡାରକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ସଂରକ୍ଷଣ କାର୍ଯ୍ୟ ନିହାତି ଆବଶ୍ୟକ। ରତ୍ନଭଣ୍ଡାର ସର୍ଭେ ପାଇଁ ଅନୁମତି ଦେବାକୁ ଏଏସଆଇ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଗଣମାଧ୍ୟମକୁ ସୂଚନା ଦେଇ କହିଛି।

ଭିତର ରତ୍ନଭଣ୍ଡାର ଖୋଲିବା ଓ ମରାମତି କାର୍ଯ୍ୟର ତଦାରଖ କରିବା ପାଇଁ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବ ପରିଚାଳନା କମିଟି। ୨୦୨୪ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ଓ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ଅନୁମତି ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଓଡ଼ିଶା ସରକାରଙ୍କୁ ଅନୁରୋଧ କରିଛି।