କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଖୁସିର ଖବର!
କଳାହାଣ୍ଡି ଜିଲ୍ଲା ଉତ୍କେଲା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ଡିଜିସିଏ ପକ୍ଷରୁ ଲାଇସେନ୍ସ ମିଳିଛି।
ଉତକେଲା ବିମାନବନ୍ଦରକୁ ଡିଜିସିଏର ସ୍ୱୀକୃତି
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଥିବା ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଲାଇସେନ୍ସ ମିଳିଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଖୁବଶୀଘ୍ର ଉତକେଲା ବିମାନବନ୍ଦରରୁ ଭୁବନେଶ୍ୱରକୁ ବିମାନ ଚଳାଚଳ ଆରମ୍ଭ ହେବ ଏବଂ ଉତ୍କେଲା ବିମାନବନ୍ଦରରୁ ବିମାନ ଚଳାଚଳ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ ଏବଂ ଅଞ୍ଚଳବାସୀଙ୍କ ଆକାଂକ୍ଷା ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।