ହାଇଦ୍ରାବାଦ ଆଇଆଇଟିରେ ଜଣେ ଓଡିଆ ଛାତ୍ରୀଙ୍କ ଆତ୍ମହତ୍ୟା

ହାଇଦ୍ରାବାଦ ଆଇଆଟିରେ ପଢୁଥିବା ଜଣେ ଓଡିଆ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି

ଛାଡିଛନ୍ତି ସୁଇସାଇଡ ନୋଟ

ହାଇଦ୍ରାବାଦ: ହାଇଦ୍ରାବାଦ ଆଇଆଟିରେ ପଢୁଥିବା ଜଣେ ଓଡିଆ ଛାତ୍ରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଓଡିଶାରୁ ଯାଇ ସେ ସେଠାରେ ଏମ.ଟେକ କରୁଥିଲେ । ମମିତା ନାୟକ(୨୧) ନାମକ ଛାତ୍ରୀ ଜଣକ ସୋମବାର ରାତିରେ ଆତ୍ମହତ୍ୟା କରିଥିଲେ । ତାଙ୍କ ସହପାଠୀମାନେ ହଷ୍ଟେଲ ରୁମରେ ସିଲିଂ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖି ହଷ୍ଟେଲ କର୍ତୃପକ୍ଷଙ୍କୁ ଖବର ଦେଇଥିଲେ । ପରେ ନିକଟସ୍ଥ ସାଙ୍ଗାରେଡ୍ଡୀ ଗ୍ରାମୀଣ ପୋଲିସ ପହଂଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆତ୍ମହତ୍ୟା ପୂର୍ବରୁ ମମିତା ଏକ ସୁଇସାଇଡ ନୋଟ ଛାଡି ଯାଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ, ଗତ କିଛି ଦିନ ହେବ ସେ ମାନସିକ ଅବସାଦଗ୍ରସ୍ତରେ ରହୁଥିଲେ । ତେଣୁ ମାନସିକ ଚାପ ଯୋଗୁଁ ଏହି ଚରମ ପଦକ୍ଷେପ ନେଇଛନ୍ତି ।