ପ୍ରଧାନ ବିଚାରପତିଙ୍କୁ ଇସି ଚୟନ ପ୍ରକ୍ରିୟାରୁ ବାଦ ଦେବାକୁ ବିଲ୍ ଆଗତ କଲେ କେନ୍ଦ୍ର ସରକାର
ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଚୟନ ସମିତିର ସଦସ୍ୟ ପଦରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ସଂସଦରେ ଏକ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର ।
ଗଠିତ ପ୍ୟାନେଲ ଚୟନ କରିବେ ଇସି
ନୂଆଦିଲ୍ଲୀ: ନିର୍ବାଚନ କମିଶନର ନିଯୁକ୍ତି ପାଇଁ ଚୟନ ସମିତିର ସଦସ୍ୟ ପଦରୁ ପ୍ରଧାନ ବିଚାରପତିଙ୍କୁ ହଟାଇବା ପାଇଁ ସଂସଦରେ ଏକ ବିଲ୍ ଆଗତ କରିଛନ୍ତି କେନ୍ଦ୍ର ସରକାର । ନୂଆ ବିଲ୍ ଅନୁଯାୟୀ, ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଏକ ପ୍ୟାନେଲ୍ ନିର୍ବାଚନ କମିଶନର ଚୟନ କରିବେ । ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନର (ନିଯୁକ୍ତି ସର୍ତାବଳୀ ଏବଂ କାର୍ଯ୍ୟକାଳ) ବିଲ୍, ୨୦୨୩ ରାଜ୍ୟସଭାରେ ଆଗତ କରିବା ପାଇଁ ତାଲିକାଭୁକ୍ତ ହୋଇଛି । ମୁଖ୍ୟ ନିର୍ବାଚନ କମିଶନରଙ୍କୁ ସୁପାରିସ କରିବା ପାଇଁ ଚୟନ କମିଟିର ସଦସ୍ୟ ଭାବେ ପ୍ରଧାନ ବିଚାରପତିଙ୍କ ସ୍ଥାନରେ ଜଣେ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀଙ୍କୁ ନିଯୁକ୍ତ କରିବେ ପ୍ରଧାନମନ୍ତ୍ରୀ । ବିରୋଧୀ ଦଳ ନେତା ସଦସ୍ୟ ରହିବେ କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ସଂଖ୍ୟା ଗରିଷ୍ଠତା ଅଧିକ ରହିବ । ଅନ୍ୟପକ୍ଷରେ କଂଗ୍ରେସ ଏହି ବିଲକୁ ସମାଲୋଚନା କରିବା ସହ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନକୁ ନିଜ ନିୟନ୍ତ୍ରଣ ଅଧିନକୁ ନେବା ପାଇଁ ଏହା ଶାସକ ଦଳର ଆଉ ଏକ ପ୍ରୟାସ ବୋଲି କହିଛି ।