ହୋଟେଲରୁ ଜବତ ମୃତଦେହ ଘଟଣାରେ ନୂଆ ମୋଡ! ଆତ୍ମହତ୍ୟା ନା ହତ୍ୟା?

ଭୁବନେଶ୍ୱରର ଦୀପାଳୀ ହୋଟେଲରୁ ଜବତ ଏକ ମୃତଦେହ ତଥା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି ।

ରହସ୍ୟମୟ ଏମଏମଏସ!

ଭୁବନେଶ୍ୱର: ଭୁବନେଶ୍ୱରର ଦୀପାଳୀ ହୋଟେଲରୁ ଜବତ ଏକ ମୃତଦେହ ତଥା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି । ଦିନକୁ ଦିନ ଏହି ଘଟଣା ଅଧିକ ସସପେନ୍ସ ହୋଇଯାଉଛି । ଦିନକ ପରେ ଦିନେ ପୋଲିସକୁ ମିଳୁଛି ନୂଆ ସୁରାକ । ଶୁଭଲକ୍ଷ୍ମୀ ମୃତ୍ୟୁକୁ ୬ ଦିନ ବିତି ଯାଇଥିଲେ ମଧ୍ୟ ଗତ କିଛି ଦିନ ତଳେ ତାଙ୍କ ମାମୁଁ ରାଜେନ୍ଦ୍ର ପାଢୀ ଏବଂ ଦୁଇ ପୁରୁଷ ବନ୍ଧୁ ଅନିଲ ଓ ସଞ୍ଜୟଙ୍କ ସମ୍ପୃକ୍ତି ସନ୍ଦେହ କରି ପୋଲିସ ସେମାନଙ୍କୁ ନଜରରେ ରଖିଛି । ତାଙ୍କ ମାମୁଁ ରାଜେନ୍ଦ୍ର ଏକ ବାରରେ କାମ କରିବା ପାଇଁ ତାଙ୍କୁ ନିୟୋଜିତ କରାଇଥିଲେ । କିନ୍ତୁ କୌଣସି କାରଣ ପାଇଁ ଶୁଭଲକ୍ଷ୍ମୀ ୩ ମାସ ପୂର୍ବରୁ ରାଜେନ୍ଦ୍ରଙ୍କ ସହ କଥାବାର୍ତା କରିବା ବନ୍ଦ କରି ଦେଇଥିଲେ । ହେଲେ ଅନିଲ ଏବଂ ସଞ୍ଜୟଙ୍କ ସହ ନିୟମିତ ଭିଡିଓ ଚାଟରେ କଥା ହେଉଥିଲେ । ଏପରିକି ତାଙ୍କ ମୃତ୍ୟୁର ଠିକ୍ କିଛି ମିନିଟ୍ ପୂର୍ବରୁ ଗୋଟିଏ ଅଜଣା ନମ୍ବରରେ କଲରେ କଥା ହୋଇଥିଲେ । ଯାହାକି ଅଧିକ ସନ୍ଦେହଜନକ କରୁଛି । ଅନ୍ୟପକ୍ଷରେ ପୋଲିସ ଶୁଭଲକ୍ଷ୍ମୀଙ୍କର କଲ୍ ରେକର୍ଡସ ଯାଂଚ କରିବା ସମୟରେ ଏକ ଭିଡିଓ କ୍ଲିପ୍ ହାସଲ କରିଛି । ତାଙ୍କୁ ଏମଏମଏସ ଦ୍ୱାରା ବ୍ଲାକମେଲ କରାଯାଉଥିବା ପୋଲିସ ସନ୍ଦେହ କରୁଛି । ଏକ ନିର୍ଦ୍ଦିଷ୍ଟ ନମ୍ବରରୁ ତାଙ୍କୁ ବାରମ୍ବାର ଧମକ ମିଳୁଥିଲା। ସେହିପରି ଶୁଭଲକ୍ଷ୍ମୀ ଦୁଇଟି ଫୋନରେ ତିନୋଟି ସିମ ସହ ଏକାଧିକ ହ୍ୱଟ୍ସଆପ ଆକାଉଂଟ ଏବଂ ଦୁଇଟି ଇନଷ୍ଟାଗ୍ରାମ ଆକାଉଂଟ ଚଳାଉଥିଲେ । ଶୁଭଲକ୍ଷ୍ମୀଙ୍କ ହ୍ୱାଟସଆପ ଚାପ ଓ ଇନଷ୍ଟାଗ୍ରାମ ଚାଟ୍ ସୋ କରୁଥିବା ବେଳେ ଅନ୍ୟପକ୍ଷରେ ଥିବା ବ୍ୟକ୍ତିଙ୍କର ଚାଟ୍ ଡିଲିଟ୍ ହୋଇଯାଇଛି, ଯାହାକି ଅଧିକ ସସପେନ୍ସ କ୍ରିଏଟ କରୁଛି । ଏହା ସହ ଏହି ଘଟଣା ପରେ ଶୁଭଲକ୍ଷ୍ମୀଙ୍କ ପରିବାର ଲୋକଙ୍କୁ ଏବଂ ତାଙ୍କ ସହ ଜଡିତ ଥିବା ସମସ୍ତଙ୍କ ସହ ପଚରାଉଚରା କରାଯାଇଛି । କିନ୍ତୁ କୌଣସି ସ୍ପଷ୍‌ଟତା ପ୍ରକାଶ ପାଇନାହିଁ ବୋଲି ଡିସିପି ପ୍ରତୀକ୍ ସିଂହ କହିଛନ୍ତି ।