ଫାଇଲେରିଆ ନିରାକରଣ ପାଇଁ ରାଜ୍ୟ ସରକାରଙ୍କ ଅଭିଯାନ

ରାଜ୍ୟରେ ଲିମ୍ପେଟିକ୍ ଫାଇଲରେିଆ ନିରାକରଣ ପାଇଁ ଓଡିଶା ସରକାର ଏକ ୧୦ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ।

ତିନି-ଗଣ ଔଷଧ ପ୍ରଶାସନ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ଲିମ୍ପେଟିକ୍ ଫାଇଲରେିଆ ନିରାକରଣ ପାଇଁ ଓଡିଶା ସରକାର ଏକ ୧୦ ଦିନିଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଅଗଷ୍ଟ ୧୦ରୁ ଆରମ୍ଭ ହେଇ ୧୯ ତାରିଖ ପର୍ଯ୍ୟନ୍ତ ଗଣ ଔଷଧ ପ୍ରଶାସନ କାର୍ଯ୍ୟକ୍ରମ ୧୧ଟି ଜିଲ୍ଲାରେ ଚାଲିବ । ଅନୁଗୁଳ, ବରଗଡ, ଝାରସୁଗୁଡା, କେନ୍ଦୁଝର, ମୟୂରଭଞ୍ଜ, ସୋନପୁର, ସୁନ୍ଦରଗଡ, ଯାଜପୁର, ଗଞ୍ଜାମ, ଢେଙ୍କାନାଳ ଓ ସମ୍ବଲପୁର ଜିଲ୍ଲାରେ ଏହି ଅଭିଯାନ ଚାଲୁଛି । ଏହି ଜିଲ୍ଲା ଗୁଡିକରେ ଫାଇଲରେିଆ ନିରାକରଣ ପାଇଁ ୩ଟି ଔଷଧ ଲିଭରମେକ୍ଟିନ, ଡିଇସି ଏବଂ ଆଲବେଣ୍ଡାଜୋଲ୍ ର ମିଶ୍ରଣ ଦିଆଯିବ । ତାଲିମପ୍ରାପ୍ତ ଔଷଧ ପ୍ରଶାସକଙ୍କ ଏକ ଟିମ୍ ଏବେ ବୁଥ୍‌, ଶିକ୍ଷାନୁଷ୍ଠାନ ଓ ଘରକୁ ଘର ବୁଲି ଏହି ଔଷଧ ବଂଟନ କରୁଛନ୍ତି । ଦୁଇ ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଓ ଗୁରୁତର ଫାଇଲରେିଆ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତଙ୍କ ପାଇଁ ଏହି ଔଷଧ ସୁରକ୍ଷିତ ।