ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ୫-ଟି ସଚିବ
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ.ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଅଛନ୍ତି।
୧୩ଟି ଉନ୍ନୟନମୂଳକ ପ୍ରକଳ୍ପକୁ ଅନୁମୋଦନ
ଭୁବନେଶ୍ୱର:୧୧/୮/୨୩: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ. ଭି.କେ.ପାଣ୍ଡିଆନ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ ଜନସାଧାରଣଙ୍କ ଅଭିଯୋଗର ସମାଧାନର ସମୀକ୍ଷା କରିଥିଲେ।
ଶ୍ରୀ ପାଣ୍ଡିଆନ କପ୍ତିପଦା, ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର, ରୁଆଁ, ସୁକ୍ରୁଲି, କୁସୁମୀ, ଉଦଳା, ଖୁଣ୍ଟା ଓ ବାରିପଦା ବ୍ଲକରେ ୧୭୭୧ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ପାଇପ୍ ଜଳ ଯୋଗାଣ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ। ନଭେମ୍ବର ୨୦୨୩ରୁ ପର୍ଯ୍ୟାୟକ୍ରମେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେବ। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଟେଣ୍ଡର ପର୍ଯ୍ୟାୟରେ ଥିବା ଯଶିପୁର ବ୍ଲକର ୧୭,୫୦୦ ଏକର ଜମିକୁ ଜଳସେଚିତ କରିବା ପାଇଁ ୨୧୪ କୋଟି ଟଙ୍କା ବ୍ୟୟରେ ଚାଲିଥିବା ମେଗା ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି ର ସମୀକ୍ଷା କରିବା ସହ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବାରିପଦା ପୌରପାଳିକାର ୬୭ କୋଟି ଟଙ୍କା ବ୍ୟୟରେ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ।
ଏହି ଅବସରରେ କରଞ୍ଜିଆ, ଯଶିପୁର, ରାଇରଙ୍ଗପୁର, ବିଶୋଇ ଓ ବାରିପଦାରେ ଆୟୋଜିତ ଜନଅଭିଯୋଗ ସଭାରେ ଯୋଗ ଦେଇଥିଲେ। ଜନସାଧାରଣଙ୍କ ଅଭିଯୋଗ ସମ୍ପର୍କରେ ସେ ଆଲୋଚନା କରିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗରିକଙ୍କ ଅଭିଯୋଗକୁ ପ୍ରାଥମିକତା ଦେବା ସହ ଦାଖଲ ହୋଇଥିବା ଆବେଦନଗୁଡ଼ିକର ଶୀଘ୍ର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଗତ ଫେବ୍ରୁଆରି ମାସରେ ୫-ଟି ସଚିବଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ ସମୟରେ ଦିଆଯାଇଥିବା ଅଭିଯୋଗ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିମ୍ନଲିଖିତ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରିବା ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍ ମୟୂରଭଞ୍ଜବାସୀଙ୍କୁ ଅବଗତ କରାଇଥିଲେ।
ବୁଢ଼ାବଳଙ୍ଗା ନଦୀ (ବାରିପଦାରେ ବନ୍ୟା ସୁରକ୍ଷା ବନ୍ଧ-କମ-ରିଙ୍ଗରୋଡ) – ୧୫୪.୦୦ କୋଟି ଟଙ୍କା
୨. ବିକଳ୍ପ ଘାଟ ରାସ୍ତା (ଚନ୍ଦନପୁର-ଜୋକା-ଶଙ୍ଖଭଙ୍ଗା- ବିଶୋଇ ରୋଡ୍) – ୮୨.୧୫ କୋଟି ଟଙ୍କା
୧୦୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟର ରୂପାନ୍ତର – ୬୦.୭୫ କୋଟି ଟଙ୍କା
୨୯ଟି ଧାର୍ମିକ ଓ ସାମୂହିକ ଅନୁଷ୍ଠାନର ରୂପାନ୍ତର – ୫.୭୫ କୋଟି ଟଙ୍କା
୫. ରାଇରଙ୍ଗପୁର ଦାଣ୍ଡବୋଷଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳର ବିକାଶ – ୧୦.୬୦ କୋଟି ଟଙ୍କା
୬. ଦେବକୁଣ୍ଡ, ଉଦଳାର ବିକାଶ – ୧୪.୨୦ କୋଟି ଟଙ୍କା
ଭୀମକୁଣ୍ଡ, ଠାକୁରମୁଣ୍ଡାର ବିକାଶ – ୭.୪୬ କୋଟି ଟଙ୍କା
୮. ମା’ ଖିଚକେଶ୍ୱରୀ ମନ୍ଦିରର ବିକାଶ, ସୁକ୍ରୁଲି – ୮.୯୯ କୋଟି ଟଙ୍କା
୯. ବାହାଲଦାସ୍ଥିତ ଝରାଡିହିରୁ ଲଇଲାମଘାଟି ପର୍ଯ୍ୟନ୍ତ ରାସ୍ତା – ୮.୫୦ କୋଟି ଟଙ୍କା
୧୦. ଖିଚିଂ ସଂଗ୍ରହାଳୟର ଭିତ୍ତିଭୂମି ବିକାଶ – ୧.୨୮ କୋଟି ଟଙ୍କା
ବାରିପଦା ଷ୍ଟାଡିୟମରେ ଆଉଟଫିଲ୍ଡ ବିକାଶର ଉନ୍ନତିକରଣ – ୧.୯୬ କୋଟି ଟଙ୍କା
ବାରିପଦାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଦ୍ୱିତୀୟ ଘର ର ନବୀକରଣ – ୧.୦୦ କୋଟି ଟଙ୍କା
୧୩. ମନତ୍ରୀ ମନ୍ଦିରର ବିକାଶ, ବଡ଼ସାହି – ୧.୦୦ କୋଟି ଟଙ୍କା
ଶ୍ରୀ ପାଣ୍ଡିଆନ ଆଦିବାସୀ ଗୋଷ୍ଠୀଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ ସଂସ୍କୃତିର ସଂରକ୍ଷଣକୁ ଗୁରୁତ୍ୱ ଦେଇଛନ୍ତି। ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଆଦିବାସୀ ଗୋଷ୍ଠୀଙ୍କ ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ଲାଟଫର୍ମ ଯୋଗାଇବା ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛି।
ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଆର୍ ବିନୀଲ କ୍ରିଷ୍ଣା, ଆଇଜି ହିମାଂଶୁ ଲାଲ୍, ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ, ଏସ୍ପି ବଟୁଲା ଗଙ୍ଗାଧର ଏବଂ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ।