ପୈତୃକ ଗାଁରେ ପହଂଚିଲା ଓଡିଆ ଯବାନଙ୍କ ପାର୍ଥିବ ଶରୀର
ଭୁବନେଶ୍ୱରର ଦୀପାଳୀ ହୋଟେଲରୁ ଜବତ ଏକ ମୃତଦେହ ତଥା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି ।
ବିରାଟ ଶୋଭାଯାତ୍ରାରେ ବାସଭବନରେ ପାର୍ଥିବ ଶରୀର
କେନ୍ଦୁଝର: ଝାଡଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଓଡିଆ ସିଆରପିଏଫ ଯବାନଙ୍କ ପାର୍ଥିବ ଶରୀର ଆଜି କେନ୍ଦୁଝରସ୍ଥିତ ଆନନ୍ଦପୁରର ପୈତୃକ ଗାଁରେ ଆସି ପହଂଚିଛି । ବିରାଟ ଶୋଭାଯାତ୍ରାରେ ବାସଭବନରେ ଆସି ପହଂଚିଛି ସହିଦ ଯବାନ ସୁଶାନ୍ତ ଖୁଂଟିଆଙ୍କ ପାର୍ଥିବ ଶରୀର । ଆନନ୍ଦପୁରବାସୀ ସହିଦ ସୁଶାନ୍ତଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି । ଗତକାଲି ସୁରକ୍ଷାବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା, ଯେଉଁଥିରେ ସୁଶାନ୍ତଙ୍କ ସହ ଅନ୍ୟ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ । ଉଭୟ ଆହତଙ୍କୁ ବିମାନ ଯୋଗେ ରାଂଚି ସ୍ଥିତ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା, ତେଣୁ ଚିକିତ୍ସାଧିନ ଅବସ୍ଥାରେ ହିଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ୨୦୧୨ରୁ ସିଆରପିଏଫରେ ନିୟୋଜିତ ଥିଲେ । ଦୁଇମାସ ପୂର୍ବରୁ ବିବାହ କରିଥିବା ସୁଶାନ୍ତ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ପୁଅ ଥିବା ବେଳେ ତାଙ୍କ ଅନୁପସ୍ଥିତି ଯୋଗୁଁ ଆନନ୍ଦପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।