ଆମେରିକା ହାୱାଇ ଦ୍ୱୀପରେ ଭୟାବହ ଅଗ୍ନିକାଣ୍ଡ; ୬୭ ମୃତ

ଆମେରିକାର ହାୱାଇ ରାଜ୍ୟର ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଉଛି, ୬୭ ଜଣଙ୍କ ମୃତ୍ୟୁ ହେଲାଣି।

ଲାହାଉନା ସହର ସମ୍ପୂର୍ଣ୍ଣ ଧ୍ୱଂସ

ଆମେରିକା: ଆମେରିକାର ହାୱାଇ ରାଜ୍ୟର ଜଙ୍ଗଲରେ ଲାଗିଥିବା ନିଆଁ ଭୟାବହ ରୂପ ନେଉଛି । ହାୱାଇର ଏହି ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଏଯାବତ୍ ୬୭ ଜଣଙ୍କ ମୃତ୍ୟୁ ହେଲାଣି । ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଏହା ସହ ଅଗ୍ନିକାଣ୍ଡ ଯୋଗୁଁ ଲାହାଉନା ସହର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ହଜାର ହଜାର ବାସହୀନ ହୋଇଥିବା ବେଳେ ହଜାରରୁ ଅଧିକ କୋଠା ପୋଡି ପାଉଁଶ ହୋଇଯାଇଛି । ହାୱାଇ ଗଭର୍ଣ୍ଣର ଜୋଶ୍ ଗ୍ରୀନ୍ କହିଛନ୍ତି, ବିପର୍ଯ୍ୟୟ ପରେ ୧.୬ ନିୟୁତ ଜନସଂଖ୍ୟା ବିଶିଷ୍ଟ ଲାହାଉନା ସହରର ପୁନଃବିକାଶ ପାଇଁ ବହୁତ ବର୍ଷ ଏବଂ କୋଟି କୋଟି ଟଙ୍କା ଲାଗିବ । ଅନ୍ୟପକ୍ଷରେ ଏହି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପାଂଠି ଜାରି କରିଛନ୍ତି । ବର୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ପ୍ରଭାବିତ ଅଂଚଳରୁ ୧୫ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।