ଝିଅକୁ ନେଇ ନଦୀକୁ ଡେଇଁଲେ ଯୁବକ

କଟକ ଉପକଣ୍ଠ ସିଦୁଆ ନଦୀରେ ରବିବାର ସକାଳେ ଜଣେ ବ୍ୟକ୍ତି ନିଜ ୧୦ ମାସର ଝିଅକୁ ନେଇ ନଦୀକୁ ଡେଇଁଛନ୍ତି

ପାରିବାରିକ ଝଗଡା ଯୋଗୁଁ ଅଘଟଣ

କଟକ: କଟକ ଉପକଣ୍ଠ ସିଦୁଆ ନଦୀରେ ରବିବାର ସକାଳେ ଜଣେ ବ୍ୟକ୍ତି ନିଜ ୧୦ ମାସର ଝିଅକୁ ନେଇ ନଦୀକୁ ଡେଇଁଛନ୍ତି। ଝିଅକୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିବା ବେଳେ ଯୁବକ ଜଣକ ନିଖୋଜ ଅଛନ୍ତି। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିପାରିନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ପତ୍ନୀ ଦୀପାଲି ପ୍ରଧାନଙ୍କ ସହ ଝଗଡ଼ା ହେବାରୁ ପ୍ରକାଶ ପ୍ରଧାନ ତାଙ୍କ ୧୦ ମାସର ଝିଅକୁ ନେଇ ସିଦୁଆ ନଦୀକୁ ଡେଇଁ ପଡ଼ିଥିଲେ। ଏହି ଘଟଣାରେ ଆଶ୍ଚର୍ଯ୍ୟ ହୋଇ ସ୍ଥାନୀୟ ଲୋକେ ଯୁବକ ଓ ଶିଶୁଙ୍କୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ। ଶିଶୁଟିକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ବେଳେ ପ୍ରକାଶ ଏବେ ବି ନିଖୋଜ ଥିବା ଜଣାପଡ଼ିଛି। ଅଗ୍ନିଶମ ବିଭାଗ ପ୍ରକାଶଙ୍କୁ ଯେତେ ଖୋଜାଖୋଜି କରିଥିଲେ ମଧ୍ୟ ସେ ଏବେ ବି ନିଖୋଜ ଅଛନ୍ତି।