ରାଜଧାନୀରେ ସ୍ୱଚ୍ଛତା ରକ୍ଷା ପାଇଁ ବିଏମସିର ନୂତନ ପଦକ୍ଷେପ

ରାଜଧାନୀକୁ ପରିଷ୍କାର ଓ ପରିଚ୍ଛନ୍ନତା ରଖିବା ପାଇଁ ବିଏମସି 'ସାଇନ' କାର୍ଯ୍ୟକ୍ରମ ଆରମ୍ଭ କରିଛି।

ଗଠନ ହେଲା ଟିମ୍ ‘ସାଇନ୍’

ଭୁବନେଶ୍ୱର: ରାଜଧାନୀକୁ ପରିଷ୍କାର ଓ ପରିଚ୍ଛନ୍ନତା ରଖିବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି ) ପକ୍ଷରୁ ରବିବାର ସାଇନ୍ (ସାନିଟେସନ, ହାଇଜିନ ଇନ୍ସପେକ୍ସନ ଫର ନିଟ୍ ଏନଭାଏରନମେଂଟ) କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ବିଏମସିର ସାଇନ୍ ଅଭିଯାନରେ ୧୦ଟି ଟିମ୍ ରହିବ ଏବଂ ପ୍ରତି ଟିମରେ ୫ଜଣ ସଦସ୍ୟ ରହିବେ। ଏହି ସଦସ୍ୟମାନଙ୍କୁ ସ୍ବତନ୍ତ୍ର ୟୁନିଫର୍ମ ଓ ଗାଡ଼ି ଯୋଗାଇ ଦିଆଯାଇଛି। ଏହି ସଦସ୍ୟମାନେ ରାଜଧାନୀର ପ୍ରତ୍ୟେକ ଅଞ୍ଚଳରେ ପରିଦର୍ଶନ କରି ଲୋକମାନେ ବର୍ଜ୍ୟବସ୍ତୁ ଫିଙ୍ଗିଛନ୍ତି କି ନାହିଁ ତାହା ଯାଞ୍ଚ କରିବେ। ସେମାନେ ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ଏବଂ ଆବଶ୍ୟକ ପଡ଼ିଲେ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଆଦାୟ କରିବେ।