ଅଗଷ୍ଟ ୧୫ରେ ‘ଇଣ୍ଡିଆଜ୍ ଗେମ୍’ର ପ୍ରିମିୟର ରିଲିଜ

ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଭାରତରେ ହକିର ଭାବନାକୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଚଳଚ୍ଚିତ୍ର ନିର୍ମାଣ କରିଛି।

ଭାରତରେ ହକିର ସମୃଦ୍ଧ ପରମ୍ପରା ଉପରେ ଓଡ଼ିଶା କ୍ରୀଡ଼ାର ଚଳଚ୍ଚିତ୍ର

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ଭାରତରେ ହକିର ଭାବନାକୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ଚଳଚ୍ଚିତ୍ର ନିର୍ମାଣ କରିଛି। ଏହି ଫିଲ୍ମ ‘ଇଣ୍ଡିଆଜ୍ ଗେମ୍’ ଏକ କ୍ରୀଡ଼ା ଦଳର ଏକ ଆକର୍ଷଣୀୟ କାହାଣୀ ଯାହା ଦେଶକୁ ଏକଜୁଟ କରି ଜାତୀୟ ଗୌରବର ପ୍ରତୀକ ପାଲଟିଥିଲା, ତାହାକୁ ଚିତ୍ରଣ କରାଯାଇଛି।

ହକି ଇଣ୍ଡିଆ ବିଭାଗ ସହାୟତାରେ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ଏହି ଫିଲ୍ମ ପ୍ରସ୍ତୁତ କରାଯାଇଛି। ଲୋକସେବା ଭବନରେ ଏହି ଫିଲ୍ମର ପ୍ରିମିୟର ହେବ, ସମସ୍ତେ ଅଗଷ୍ଟ ୧୫, ୨୦୨୩ ସନ୍ଧ୍ୟା ୬ଟାରେ ଏହାକୁ ଲାଇଭ୍ ଦେଖିପାରିବେ।