ଅଗ୍ନିଶମ ସେବା, ହାବିଲଦାର ଓ ବେସାମରିକ ସୁରକ୍ଷା ସ୍ୱେଚ୍ଛାସେବୀଙ୍କୁ ସମ୍ମାନ

ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ଅଗ୍ନିଶମ ସେବା, ହାବିଲଦାର ଓ ବେସାମରିକ ସୁରକ୍ଷା ସ୍ୱେଚ୍ଛାସେବୀ ସମ୍ମାନିତ ହେବେ

ସ୍ୱାଧୀନତା ଦିବସରେ ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ବର: ଦେଶର ୭୭ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ସମ୍ମାନିତ ହେବେ ୫୬ ଜଣ ଅଗ୍ନିଶମ ସେବା, ହାବିଲଦାର ଏବଂ ବେସାମରିକ ସୁରକ୍ଷା ସ୍ୱେଚ୍ଛାସେବୀ। ଏ ନେଇ ରାଜ୍ୟ ସରକାର ପୂର୍ବ ନିର୍ଦ୍ଧାରିତ ନାମ ଘୋଷଣା କରି ସାରିଛନ୍ତି।

୩ ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ପ୍ରଶଂସନୀୟ ସେବା ପାଇଁ ଅଗ୍ନିଶମ ସେବା ପଦକ ପାଇଁ ଚୟନ କରାଯାଇଥିବା ବେଳେ ୫ ଜଣ ହୋମଗାର୍ଡ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସନୀୟ ସେବା ପାଇଁ ଏଚଜି ଓ ସିଡି ମେଡାଲ ଏବଂ ଜଣେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସନୀୟ ସେବା ପାଇଁ ଏଚଜି ଓ ସିଡି ମେଡାଲ ପ୍ରଦାନ କରାଯିବ। ଏହାବ୍ୟତୀତ ଡିଜି ଡିସ୍କ ଓ ପ୍ରଶଂସା ସାର୍ଟିଫିକେଟ ପାଇଁ ୨୯ ଜଣ ଅଗ୍ନିଶମ ସେବା କର୍ମଚାରୀ, ବ୍ରୋଞ୍ଜ ଡିସ୍କ ଓ ପ୍ରଶଂସା ସାର୍ଟିଫିକେଟ ପାଇଁ ୧୩ ଜଣ ହୋମଗାର୍ଡ ଏବଂ ବ୍ରୋଞ୍ଜ ଡିସ୍କ ସାର୍ଟିଫିକେଟ ପାଇଁ ୫ ଜଣ ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇଛି।

ପ୍ରଶଂସନୀୟ ସେବା ପାଇଁ ଅଗ୍ନିଶମ ସେବା ପଦକ ପାଇଁ କାଳୀ ଚରଣ ଶବର (ଅଗ୍ରଣୀ ଅଗ୍ନିଶମ କର୍ମଚାରୀ), ବିପଦାଭଞ୍ଜନ ବେହେରା (ଡ୍ରାଇଭର କନଷ୍ଟେବଳ), ନକୁଳ ନାୟକ (ଡ୍ରାଇଭର କନଷ୍ଟେବଳ)ଙ୍କ ନାମ ଘୋଷଣା କରାଯାଇଛି।

ଏଚଜି ଓ ସିଡି ପଦକ ପାଇଁ ପ୍ରତାପ ଚନ୍ଦ୍ର ଖଣ୍ଡୁଆଳ (ହୋମଗାର୍ଡ), ବାବୁଲି ହାତୀ (ହୋମଗାର୍ଡ), ଉମେଶ ନାୟକ (ହୋମଗାର୍ଡ), ପ୍ରମୋଦ କୁମାର ସାହୁ (ହୋମଗାର୍ଡ), ବିପିନ ବିହାରୀ ବିଶ୍ୱାଳ (ହୋମଗାର୍ଡ) ଏବଂ ପ୍ରମୋଦ କୁମାର ଦଳେଇ (ସିଭିଲ ଡିଫେନ୍ସ ସ୍ବେଚ୍ଛାସେବୀ)ଙ୍କ ନାମ ତାଲିକାରେ ସ୍ଥାନ ପାଇଛି।