ଦେଶର ୯୫୪ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରିବେ କେନ୍ଦ୍ର ସରକାର

ଦେଶର ୯୫୪ ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ପାଇଁ ଚୟନ କରିଛନ୍ତି କେନ୍ଦ୍ର ସରକାର।

ଓଡ଼ିଶା ପୁଲିସ ଅଧିକାରୀଙ୍କ ତାଲିକା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ୭୭ତମ ସ୍ୱାଧୀନତା ଦିବସ ଅବସରରେ ଦେଶର ୯୫୪ ଜଣ ପୁଲିସ ଅଧିକାରୀଙ୍କୁ ପୁଲିସ ପଦକ ପାଇଁ ଚୟନ କରିଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜଣେ ସିଆରପିଏଫ ଯବାନଙ୍କୁ ରାଷ୍ଟ୍ରପତି ପୋଲିସ ସାହସିକତା ପଦକ (ପିପିଏମଜି), ୨୨୯ ଜଣଙ୍କୁ ପୋଲିସ ସାହସିକତା ପଦକ (ପିଏମଜି), ୮୨ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ (ପିପିଏମ୍) ଏବଂ ୬୪୨ ଜଣଙ୍କୁ ପ୍ରଶଂସନୀୟ ସେବା ପାଇଁ ପୋଲିସ ପଦକ (ପିଏମ) ପ୍ରଦାନ କରିବେ କେନ୍ଦ୍ର ସରକାର। ବୀରତା ପୁରସ୍କାର ପାଇଁ ଉପଯୁକ୍ତ ଥିବା ୨୩୦ ଜଣଙ୍କ ମଧ୍ୟରୁ ଅଧିକାଂଶ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ ୧୨୫ ଜଣ, ଜମ୍ମୁ-କଶ୍ମୀର ଅଞ୍ଚଳର ୭୧ ଜଣ ଏବଂ ଉତ୍ତର-ପୂର୍ବାଞ୍ଚଳର ୧୧ ଜଣ ଯବାନଙ୍କୁ ସେମାନଙ୍କ ବୀରତାପୂର୍ଣ୍ଣ କାର୍ଯ୍ୟ ପାଇଁ ପୁରସ୍କୃତ କରାଯିବା ପାଇଁ ସ୍ଥିର କରାଯାଇଛି। ବୀରତା ପୁରସ୍କାର ପାଇଥିବା ଯବାନଙ୍କ ମଧ୍ୟରେ ୨୮ ଜଣ ସିଆରପିଏଫ, ୩୩ ଜଣ ମହାରାଷ୍ଟ୍ରର, ୫୫ ଜଣ ଜମ୍ମୁ-କଶ୍ମୀର ପୋଲିସ, ୨୪ ଜଣ ଛତିଶଗଡ, ୨୨ ଜଣ ତେଲେଙ୍ଗାନାର ଏବଂ ୧୮ ଜଣ ଆନ୍ଧ୍ରପ୍ରଦେଶର ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସିଏପିଏଫ ଅଛନ୍ତି।

ସେହିପରି ଓଡ଼ିଶାର ୧୭ ଜଣ ପୋଲିସ ଅଧିକାରୀଙ୍କୁ ଚୟନ କରାଯାଇଛି। ୪ ଜଣ ପୋଲିସ ଅଧିକାରୀଙ୍କୁ ବୀରତା ପାଇଁ ପୋଲିସ ପଦକ (ପିଏମଜି) ପାଇଁ ମନୋନୀତ କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି। ସେହିପରି ଓଡ଼ିଶାର ୧୧ ଜଣ ଅଧିକାରୀଙ୍କୁ ପ୍ରଶଂସନୀୟ ସେବା ପାଇଁ ପଦକ ପ୍ରଦାନ କରାଯିବ।

ପୁଲିସ ପଦକ ପାଇଁ ମନୋନୀତ ହୋଇଥିବା ଓଡ଼ିଶା ପୁଲିସ ଅଧିକାରୀଙ୍କ ତାଲିକା:

୧) ସାହସିକତା ପାଇଁ ପୋଲିସ ପଦକ

ପ୍ରହ୍ଲାଦ ହିମିରିକା-ସୁବେଦାର

ସନ୍ତୋଷ କୁମାର ଗୁରୁ-ଏସ୍ ଆଇ

ସୁନୀଲ କୁମାର ବରିହା, କମାଣ୍ଡୋ

ସୁଜିତ କୁମାର ରଣା, ସିଟି

୨) ଉଲ୍ଲେଖନୀୟ ସେବା ପାଇଁ ପୋଲିସ ପଦକ

ସଞ୍ଜୟ କୁମାର- ଏଡିଜିପି

ରବୀନ୍ଦ୍ର ନାଥ ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ

୩) ପ୍ରଶଂସନୀୟ ସେବା ପାଇଁ ପଦକ

ଦୀପକ କୁମାର, ଆଇ.ଜି. ପୋଲିସ, ଉତ୍ତର ରେଞ୍ଜ, ସମ୍ବଲପୁର

ଅନନ୍ତ ଚରଣ ପତି, ଅତିରିକ୍ତ ସୁପଦତ୍ତ। ପୋଲିସ, ଭୁବନେଶ୍ଵର

ବେଣୁଧର ନାୟକ, ଅତିରିକ୍ତ ସୁପଦତ୍ତ। କଟକ ପୋଲିସ

ରାଜିବ ଲୋଚନ ପଣ୍ଡା, ଏସଡିପିଓ, ବ୍ରହ୍ମପୁର ଟାଉନ, ବ୍ରହ୍ମପୁର

ଅମିତା ତ୍ରିପାଠୀ, ଡିଏସପି ଭିଜିଲାନ୍ସ, ଭୁବନେଶ୍ୱର ଡିଭିଜନ

କୃଷ୍ଣ ଚନ୍ଦ୍ର ମହାନ୍ତି, ସିଆଇ ହାବିଲଦାର, ପୋଲିସ

ପିଟର ତିର୍କୀ, କନଷ୍ଟେବଳ, ପୋଲିସ ରିଜର୍ଭ ଅଫିସ, ଦେବଗଡ଼

ଗୁପ୍ତା ପ୍ରସାଦ ମହାନ୍ତି, ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ଖୋର୍ଦ୍ଧା

ଦିଲ୍ଲୀପ କୁମାର ନାୟକ, ସବ୍ ଇନ୍ସପେକ୍ଟର (ସଶସ୍ତ୍ର), ସମ୍ବଲପୁର

ସୁଶାନ୍ତ କୁମାର ମାଝୀ, କନେଷ୍ଟବଳ, ଭୁବନେଶ୍ବର

ଉମାକାନ୍ତ ପ୍ରଧାନ, ପୁଲିସ ଇନ୍ସପେକ୍ଟର, ଭୁବନେଶ୍ୱର, ଖୋର୍ଦ୍ଧା