ପତାକା ଉତ୍ତୋଳନ ବେଳେ ଟଳି ପଡିଲେ

ଜାତୀୟ ପତାକା ଉତ୍ତୋଳନ ବେଳେ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଟଳି ପଡିଛନ୍ତି।

ସ୍କୁଲରେ ଟଳି ପଡ଼ିଲେ ପ୍ରଧାନଶିକ୍ଷକ

ପୁରୀ: ସ୍ବାଧୀନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରୁଥିବା ବେଳେ ଟଳି ପଡ଼ିଛନ୍ତି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ପୁରୀ ଜିଲ୍ଲାର ମଲ୍ଲେଶ୍ୱରୀ ପ୍ରାଥମିକ ବିଦ୍ୟାଳୟରୁ ଏହି ଘଟଣା ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ମଲ୍ଲେଶ୍ୱରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ ନାମକ ସ୍ୱାଧୀନତା ଦିବସ ପାଳନ ସମୟରେ ଅଚେତ ହୋଇ ଟଳି ପଡ଼ିଥିଲେ। ତୁରନ୍ତ ସ୍କୁଲ କର୍ମଚାରୀମାନେ ତାଙ୍କୁ ଗୁରୁତର ଅବସ୍ଥାରେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହୃଦଘାତରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।