ଧରାପଡିଲା ବିଷାକ୍ତ ସାପ ରାକେଟ୍

ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ ପଞ୍ଚୁପାଲି ଅଞ୍ଚଳରେ ବିଷାକ୍ତ ସାପ ରାକେଟ ଧରା ପଡିଛନ୍ତି।

୨୬ କୋବ୍ରା ଉଦ୍ଧାର

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ତହସିଲ ଅନ୍ତର୍ଗତ ପଞ୍ଚୁପାଲି ଅଞ୍ଚଳରେ ବିଷାକ୍ତ ସାପ ବେପାରରେ ସମ୍ପୃକ୍ତ ଥିବା ଜଣେ ମହିଳାଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ ଅଧିକାରୀ। ରାଜ୍ୟର ବିଭିନ୍ନ ସ୍ଥାନରୁ ସରୀସୃପମାନଙ୍କୁ ସଂଗ୍ରହ କରାଯାଇ ବିଷ ବାହାର କରି ରାଜ୍ୟ ବାହାରକୁ ଚାଲାଣ କରାଯାଉଥିବାର କୌଣସି ଖବର ପାଇଥିଲେ ବନ ଅଧିକାରୀ। ଫଳରେ ବୁଧବାର ଏକ ବଡ଼ ଧରଣର ଚଢ଼ଉ କରି ଯାଇଥିଲା।

ସୂଚନାନୁଯାୟୀ, ରାଜ୍ୟର ବିଭିନ୍ନ ସ୍ଥାନରୁ ସରୀସୃପମାନଙ୍କୁ ସଂଗ୍ରହ କରାଯାଇ ବିଷ ବାହାର କରି ଏମାନେ ରାଜ୍ୟ ବାହାରକୁ ଚାଲାଣ କରୁଥିଲେ। ସ୍ନେକ୍ ହେଲ୍ପଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୋବ୍ରା ଚୋରା ଚାଲାଣ ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲୁ ଏବଂ ସଙ୍ଗେ ସଙ୍ଗେ ରାତି ପ୍ରାୟ ୩ଟାବେଳେ ଭୁବନେଶ୍ୱରରୁ ବାଲେଶ୍ୱର ଯାଇଥିଲୁ। ସକାଳ ୫ଟାରେ ଆମେ ବାଲେଶ୍ୱରରେ ପହଞ୍ଚି ବନ କର୍ମଚାରୀଙ୍କ ସହ ଚଢ଼ଉ କରିଥିଲୁ। ଆମେ ୨୬ଟି କୋବ୍ରାଙ୍କୁ ଉଦ୍ଧାର କରିଥିଲୁ, ଯାହାକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଥିବା ପ୍ଲାଷ୍ଟିକ୍ କଣ୍ଟେନରରେ ରଖାଯାଇଥିଲା। ତାଙ୍କ ରାକେଟରେ ଆଉ କିଛି ଲୋକଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ତେଣୁ ଏ ନେଇ ଅଧିକ ତଦନ୍ତ ଚାଲିଛି।