ଦୁଇ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ

ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳେ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି।

ପୁରୀ ଶ୍ରୀମନ୍ଦିରରେ କଲେ ପୂଜାର୍ଚ୍ଚନା

ଭୁବନେଶ୍ବର: ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳେ ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରି ମହାପ୍ରଭୁଙ୍କର ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀମନ୍ଦିର ପରିଦର୍ଶନ ସମୟରେ ସୀତାରମଣଙ୍କ ସହ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ ଥିଲେ।

ସୀତାରମଣଙ୍କର ପୁରୀରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବାର ଅଛି। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ‘ମେରି ମାଟି ମେରା ଦେଶ’ ଶୀର୍ଷକ ବାଲୁକା କଳା ଅଧିବେଶନରେ ଯୋଗ ଦେବେ। ଏହା ସହ ଏକ ବୃକ୍ଷରୋପଣ ଅଭିଯାନରେ ଯୋଗଦେବା ସହ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସହିଦ ଜୟୀ ରାଜଗୁରୁଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବେ।

ସେହିପରି ଭୁବନେଶ୍ୱରରେ ସୀତାରମଣ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ବୁଧବାର ସୀତାରମଣ ଓଡିଶାରେ ପହଞ୍ଚି ପ୍ରଥମେ କଟକର ପ୍ରଥମ ମେୟର ନିବେଦିତା ପ୍ରଧାନଙ୍କ ସମ୍ମାନରେ ଏକ ବିଜେପି ରାଜ୍ୟ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ମୃତିସଭାରେ ଯୋଗ ଦେଇଥିଲେ।