ଆଜି ଟ୍ୱିନ ସିଟିରେ ପ୍ରବଳ ବର୍ଷା

ଆଜି କଟକ-ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।

ଘରୁ ନ ବାହାରିବାକୁ ପରାମର୍ଶ

ଭୁବନେଶ୍ବର: ଆଜି କଟକ-ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ସନ୍ଧ୍ୟା ୭ଟା ଯାଏ ଟ୍ୱିନ୍‌ ସିଟିରେ ବର୍ଷା ସହ ଘଡଘଡି ହେବା ନେଇ ଆଇଏମଡି ପକ୍ଷରୁ ସତର୍କତାମୂଳକ ସୂଚନା ଦିଆଯାଇଛି। ଘଡ଼ଘଡ଼ି ସହ ୨ରୁ ୩ ସେମି ପର୍ଯ୍ୟନ୍ତ ବର୍ଷା ଆଶଙ୍କା କରାଯାଇଛି। ବର୍ଷା ସମୟରେ ଟ୍ରାଫିକ୍‌ ସମସ୍ୟା ଦେଖାଯିବାର ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି।

ସେହିପରି ନୂଆପଡ଼ା, ବଲାଙ୍ଗୀର, ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼, ପୁରୀ ଓ ଜଗତସିଂହପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଯାଜପୁର, ଭଦ୍ରକ, କୋରାପୁଟ, ମାଲକାନଗିରି, କେନ୍ଦ୍ରାପଡ଼ା, ଗଞ୍ଜାମ, କେନ୍ଦୁଝର, ସମ୍ବଲପୁର ଓ ଝାରସୁଗୁଡ଼ାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା/ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।