ରାଜ୍ୟରେ ଆଇଏଏସ୍ ସ୍ତରରେ ଅଦଳବଦଳ

ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର।

ବଦଳିଲେ BSE ବୋର୍ଡ ସଭାପତି

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଆଇଏଏସ ରାମାଶିଷ ହାଜରାଙ୍କୁ ପଶୁପାଳନ ଓ ପ୍ରାଣୀ ଚିକିତ୍ସା ସେବା ନିର୍ଦ୍ଦେଶକ, ଜ୍ୟୋତି ପ୍ରକାଶ ଦାସଙ୍କୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯିବା ସହ ଡ. ୟେଦୁଲା ବିଜୟଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।