ଓଏସଏସସି ଜେଇ ସିଭିଲ ମେନ୍ ପରୀକ୍ଷା ଅପଡେଟ୍

ଓଏସଏସସି ଜେଇ (ସିଭିଲ) ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଅଗଷ୍ଟ ୨୮ରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ

ଅଗଷ୍ଟ ୨୮ରୁ ଆଡମିଟ୍ କାର୍ଡ ଉପଲବ୍ଧ

ଭୁବନେଶ୍ବର: ଓଏସଏସସି ଜେଇ (ସିଭିଲ) ପଦବୀ ପାଇଁ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଅଗଷ୍ଟ ୨୮ରୁ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ଏନେଇ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ସୂଚନା ଦିଆଯାଇଛି।

ଓଏସଏସସି ଅନୁଯାୟୀ, ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପାଇଁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ୨୮.୦୮.୨୦୨୩ ରୁ ଆୟୋଗର www.ossc.gov.in ୱେବସାଇଟରେ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। ସେହିପରି ଲେଖକଙ୍କ ଆବଶ୍ୟକ କରୁଥିବା ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ଆଡମିସନ୍ ଲେଟର ଏବଂ ଆବଶ୍ୟକ କାଗଜପତ୍ର ସହିତ ନିର୍ଦ୍ଧାରିତ ଫର୍ମାଟରେ ଇ-ମେଲ୍ ମାଧ୍ୟମରେ ୩୧.୦୮.୨୦୨୩ ସୁଦ୍ଧା [email protected] ରେ ଆବେଦନ କରିପାରିବେ।