ନିଲମ୍ବନ ହେଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ପଖରେ ହୋଇଥିବା ଦୁର୍ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲିସ୍‌ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କୁ ନିଲମ୍ୱନ କଲେ ପୋଲିସ୍‌ ଡିଜି । ତାଙ୍କୁ ନିଲମ୍ୱନ କରିବା ପାଇଁ ସମ୍ୱଲପୁର ଏସ୍‌ପି ଡିଜିଙ୍କୁ ସୁପାରିଶ କରିଥିଲେ । ସ୍ନିଗ୍ଧାରାଣୀଙ୍କ ଗାଡ଼ି ଏହି ଦୁର୍ଘଟଣା ଘଟାଇଥିଲା । ଫଳରେ ୩ ଜଣଙ୍କ ଜୀବନ ଯାଇଥିଲା ।

ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଖାରୀ ପଖରେ ହୋଇଥିବା କାର ଓ ଅଟୋ ଦୁର୍ଘଟଣାରେ ତିନି ଜଣ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣା ଘଟାଥିବା ଡ୍ରାଇଭାରକୁ ଗରିଫ କରିବା ସହ ପୋଲିସ ଏସ.ଆଇଙ୍କୁ ତରଭା ପୋଲିଲ ଅଟକ ରଖିଛି । ସୋନପୁର ଜିଲ୍ଲା ପୋଲିସ ବଲାଙ୍ଗିରର ହାତିଶାଲପଡାରୁ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଓ ଡ୍ରାଇଭାର ଅଜୟ ଜଟୀକୁ ଉଠାଇ ଆଣି ତରଭା ଥାନାରେ ଅଟକ ରଖିଛି ।