କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ବଡ ଧରଣର ଅଦଳବଦଳ

ଜାତୀୟ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ବଡ ଧରଣର ଅଦଳବଦଳ କରାଯାଇଛି।

ଦେଖନ୍ତୁ କାହାକୁ ପ୍ୟାନେଲରେ ସାମିଲ କରାଯାଇଛି

ନୂଆଦିଲ୍ଲୀ: ଜାତୀୟ କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ବଡ ଧରଣର ଅଦଳବଦଳ କରାଯାଇଛି। ଯୁବ ନେତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ କଂଗ୍ରେସର ଯୋଜନା ସାମ୍ନାରେ ନୂଆ ପ୍ୟାନେଲ ଗଠନ ଚାଲିଛି। କମିଟିରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଦଳି କରାଯାଇଛି। ସଚିନ ପାଇଲଟଙ୍କୁ ୩୯ ଜଣିଆ ପ୍ୟାନେଲରେ ସାମିଲ କରାଯାଇଛି। ୨୦୨୦ରେ ଅଶୋକ ଗେହଲଟ ସରକାର ବିରୋଧରେ ବିଦ୍ରୋହର ନେତୃତ୍ୱ ନେଇଥିଲେ ପାଇଲଟ ଏବେ ବହୁତ ଚର୍ଚ୍ଚାରେ ଅଛନ୍ତି।

ସେହିପରି ଆନନ୍ଦ ଶର୍ମା ଏବଂ ଶଶି ଥରୁରଙ୍କୁ ସିଡବ୍ଲ୍ୟୁସିରେ ସ୍ଥାନ ମିଳିଛି। ଉଭୟ କଂଗ୍ରେସର ୨୩ ଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ଥିଲେ। ଏହି ପ୍ୟାନେଲରେ ଦୀପା ଦାସ ମୁନସି ଓ ସୟଦ ନାସିର ହୁସେନ ସାମିଲ ହୋଇଛନ୍ତି। ଶ୍ରୀମତୀ ଦାସ ମୁନସି ହେଉଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ପ୍ରିୟ ରଞ୍ଜନ ଦାସ ମୁନସିଙ୍କ ପତ୍ନୀ। ଶ୍ରୀମତୀ ହୁସେନ୍ ଜଣେ ରାଜ୍ୟସଭା ସଦସ୍ୟ ଯିଏ କି ପୂର୍ବରୁ କଂଗ୍ରେସର ଜାତୀୟ ଗଣମାଧ୍ୟମ ପ୍ୟାନେଲିଷ୍ଟ ଭାବରେ କାର୍ଯ୍ୟ କରିଛନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ସିଡବ୍ଲ୍ୟୁସିରେ ସାମିଲ କରାଯାଇଛି।

ଏହି ୩୯ ଜଣିଆ ପ୍ୟାନେଲରେ ମଲ୍ଲିକାର୍ଜୁନ ଖଡଗେ, ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଅଧୀର ରଞ୍ଜନ ଚୌଧୁରୀ, ଏ.କେ ଆଣ୍ଟୋନି, ଅମ୍ବିକା ସୋନୀ, ମୈରା କୁମାର, ଦିଗବିଜୟ ସିଂହ, ପି ଚିଦାମ୍ବରମ୍, ତାରିକ ଅନୱାର, ଲାଲ ଥନୱାଲା, ମୁକୁଲ ୱାସନିକ, ଆନନ୍ଦ ଶର୍ମା, ଅଶୋକରାଓ ଚାୱନ, ଅଜୟ ମାକେନ, ଚରଣଜିତ ସିଂ ଚନ୍ନି, ପ୍ରିୟଙ୍କା ଗାନ୍ଧି ଭଦ୍ରା, କୁମାରୀ, ସେଲଜା, ଗଇଖଙ୍ଗମ, ଏନ ରଘୁବୀର ରେଡ୍ଡୀ, ଶଶୀ ଥରୁର, ତାମ୍ରଧ୍ୱଜ ସାହୁ, ଅଭିଷେକ ମନୁ ସିଂହୱି, ସଲମାନ ଖୁର୍ସିଦ, ଜୟୀରାମ ରମେଶ, ଜିତେନ୍ଦ୍ର ସିଂହ, ରଣଦୀପ ସିଂହ ସୁରଜୱାଲା, ସଚୀନ ପାଇଲଟ, ଦୀପକ ବାୱାରିଆ, ଜଗଦୀଶ ଠାକୁର, ଜିଏ ମିର, ଅବିନାଶ ପାଣ୍ଡେ, ଦୀପା ଦାଶ ମୁନସି, ମହେନ୍ଦ୍ରଜୀତ ସିଂହ ମାଲଭିୟ, ଗୌରବ ଗୋଗୋଇ, ସୟଦ ନସୀର ହୁସେନ, କମଲେଶ୍ୱର ପଟେଲ, କେସି ବେଣୁଗୋପାଳ ପ୍ରମୁଖ ସାମିଲ ଅଛନ୍ତି।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଖଡଗେ ଦଳର ସଭାପତି ହେବାର କିଛି ମାସ ପରେ ସିଡବ୍ଲ୍ୟୁସି ଗଠନ କରାଯାଇଥିଲା। ଏହା ଷ୍ଟପ୍-ଗ୍ୟାପ୍ ବ୍ୟବସ୍ଥା ଭାବରେ ଗଠିତ ଷ୍ଟିୟରିଂ କମିଟିକୁ ବଦଳାଇ ଦେଇଛି। କମିଟିରେ ସମୁଦାୟ ୩୯ ଜଣ ସଦସ୍ୟ ଥିବା ବେଳେ ସିଡବ୍ଲ୍ୟୁସିରେ ୩୨ ଜଣ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଅଛନ୍ତି, ଯେଉଁଥିରେ କିଛି ରାଜ୍ୟ ପ୍ରଭାରୀ ଏବଂ ୧୩ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଅଛନ୍ତି।