ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାହୁଲ ଗାନ୍ଧି

ରାଜୀବ ଗାନ୍ଧୀଙ୍କ ୭୯ତମ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଲଦାଖ ଗସ୍ତରେ ରାହୁଲ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୭୯ତମ ଜନ୍ମବାର୍ଷିକୀ ଅବସରରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ରବିବାର ଲଦାଖର ପାଙ୍ଗୋଙ୍ଗ ହ୍ରଦ କୂଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ରାହୁଲ ଗାନ୍ଧି ଏବେ ଦୁଇ ଦିନିଆ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଗସ୍ତରେ ଅଛନ୍ତି।

କଂଗ୍ରେସ ନେତ୍ରୀ ତଥା ରାଜୀବଙ୍କ ପତ୍ନୀ ସୋନିଆ ଗାନ୍ଧୀ ରବିବାର ସକାଳେ ରାଜୀବ ଗାନ୍ଧୀ ସ୍ମାରକୀ ବୀର ଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାଜ୍ୟସଭା ସାଂସଦ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ଥିଲେ।