ପଥର ବିସ୍ଫୋରଣରୁ ଅଘଟଣ

ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବନ୍ଧଗୁଡା ଖଣିରେ ପଥର ବିସ୍ଫୋରଣରୁ ଘଟିଛି ଅଘଟଣ ।

ପଥର ତଳେ ଚାପି ହୋଇ ୨ ମୃତ

ଗଜପତି: ଗଜପତି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ବନ୍ଧଗୁଡା ଖଣିରେ ପଥର ବିସ୍ଫୋରଣରୁ ଘଟିଛି ଅଘଟଣ । ପଥର ବିସ୍ଫୋରଣ ହେବାରୁ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ଗଞ୍ଜାମ ଜିଲ୍ଲା ଝରେଡି ଗ୍ରାମର ନାରାୟଣ ନାହାକ ଓ ବିଷ୍ଣୁ ନାହାକ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀର ଏକ ଟିମ୍ ଘଟଣାସ୍ଥଳରେ ପହଂଚି ଫସି ରହିଥିବା ମୃତଦେହଗୁଡିକୁ ଉଦ୍ଧାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଗତ ୬ ମାସ ତଳେ ସେ ଏଠାରେ କାମ କରୁଥିଲେ । କାଲିଠାରୁ ଉଭୟ ସେହି ପଥର ତଳେ ରହି ଯାଇଥିଲେ, ହେଲେ ଉଦ୍ଧାର କରିବାକୁ ସେ ଫୋନ ଯୋଗେ ଖବର ଦେଇଥିବା ସମ୍ପର୍କୀୟ ଘଟଣାସ୍ଥଳରେ ପହଂଚିବା ପୂର୍ବରୁ ହିଁ ପଥର ବିସ୍ପୋରଣ ହୋଇ ତାଙ୍କର ମୃତ୍ୟୁ ହୋଇ ସାରିଛି । କିନ୍ତୁ ଉଭୟଙ୍କ ମୃତଦେହ ଏବେ ଯାଏ ବି ଉଦ୍ଧାର ହୋଇ ପାରିନାହିଁ ।