ସାରା ଦେଶରେ ନମ୍ବର ୧ ନବୀନ: ଲୋକଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ

ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ

ଲୋକଙ୍କ ପ୍ରଥମ ପସନ୍ଦ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ନବୀନ ନମ୍ବର ୧ । ଲୋକଙ୍କ ପ୍ରଥମ ପସନ୍ଦ ନବୀନ । ଇଣ୍ଡିଆ ଟୁଡେ ମୁଡ ଅଫ ଦି ନେସନ ସର୍ଭେ ଅନୁସାରେ ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଶ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କୁ ୬୧.୩ ପ୍ରତିଶତ ଲୋକ ପସନ୍ଦ କରନ୍ତି । ଦ୍ୱିତୀୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତୃତୀୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ. ଚତୁର୍ଥରେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏବଂ ପଂଚମ ସ୍ଥାନରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ଅଛନ୍ତି । ଭୂପେଶ ବାଘେଲଙ୍କୁ ୫୯.୧ ପ୍ରତିଶତ, ଅରବିନ୍ଦ କେଜରିୱାଲଙ୍କୁ ୫୭.୭ ପ୍ରତିଶତ, ଭୂପେନ୍ଦ୍ର ପଟେଲଙ୍କୁ ୫୫.୩ ପ୍ରତିଶତ ଏବଂ ହେମନ୍ତ ବିଶ୍ୱକର୍ମାଙ୍କୁ ୪୯.୨ ପ୍ରତିଶତ ଲୋକ ପସନ୍ଦ କରୁଛନ୍ତି । ନିଜ ନିଜ ରାଜ୍ୟରେ ନବୀନ ୭୮ ପ୍ରତିଶତ ଲୋକପ୍ରିୟତା ହାସଲ କରିଥିବା ବେଳେ ଆସାମରେ ହେମନ୍ତଙ୍କୁ ୬୩ ପ୍ରତିଶତ ଲୋକପ୍ରିୟତା ଏବଂ ତୃତୀୟରେ ତାମିଲନାଡୁରେ ଏମ.କେ ଷ୍ଟାଲିନଙ୍କୁ ୬୧ ପ୍ରତିଶତ ଲୋକପ୍ରିୟତା ହାସଲ କରିଛନ୍ତି । ଲୋକଙ୍କ ପ୍ରତି ରାଜ୍ୟ ସରକାର କରୁଥିବା କାର୍ଯ୍ୟର ସମୀକ୍ଷା କରୁଛନ୍ତି ବିଭିନ୍ନ ଗଣାମାଧ୍ୟମ ସଂସ୍ଥା । ଏହା ପୂର୍ବରୁ ମଧ୍ୟ ଅନେକ ସର୍ଭେରେ ମୁଖ୍ୟମନ୍ତ୍ରୀ ଶୀର୍ଷ ସ୍ଥାନ ଅଧିକାର କରିଥିଲେ ।
ସେହିଭଳି ଦେଶର ପ୍ରଥମ ପସନ୍ଦ ପାଲଟିଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କିଏ ହେବେ ସେ ନେଇ ମଧ୍ୟ ସର୍ଭେ କରାଯାଇଛି । ଇଣ୍ଡିଆ ଟୁଡେ ଅଫ ଦି ନେସନ ସର୍ଭେ ପୋଲରେ ଶୀର୍ଷରେ ଅଛନ୍ତି ନରେନ୍ଦ୍ର ମୋଦି । ଦେଶର ଜନତା ନରେନ୍ଦ୍ର ମୋଦିଙ୍କୁ ପ୍ରଥମେ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି । ମୋଦିଙ୍କୁ ୫୨ ପ୍ରତିଶତ ଓ ରାହୁଲଙ୍କୁ ୧୬ ପ୍ରତିଶତ ଲୋକ ପସନ୍ଦ କରିଛନ୍ତି । ୨୦୧୯ ପରି ପୁଣି ଥରେ କ୍ଷମତାକୁ ଫେରିବ ଏନଡିଏ । ଏନଡିଏକୁ ୩୦୬ ସିଟ ମିଳିବାକୁ ଥିବା ବେଳେ ଇଣ୍ଡିଆ ମେଂଟ ୧୯୩ ସିଟ ମିଳିବାର ସମ୍ଭାବନା ଅଛି ବୋଲି ଇଣ୍ଡିଆ ଟୁଡେ ଅଫ ଦି ନେସନ ସର୍ଭେ ଦର୍ଶାଉଛି । ଆସନ୍ତା ବର୍ଷରେ ନିର୍ବାଚନ ହେବାକୁ ଥିବା ବେଳେ କେଉଁ ସରକାରଙ୍କର କେତେ ସମର୍ଥକ ଅଛନ୍ତି ସବୁ ରାଜ୍ୟରେ ଏହି ସମୀକ୍ଷା ଚାଲିଥିବା ବେଳେ ମୋଦିଙ୍କୁ ସର୍ବାଧିକ ଲୋକ ପସନ୍ଦ କରୁଥିବା ଦେଖିବାକୁ ମିଳିଛି ।