ସୁଧୁରୁ ନାହାନ୍ତି ସରକାରୀ ଅଧିକାରୀ

ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

କାର୍ଯ୍ୟାନୁଷ୍ଠାନ ସତ୍ୱେ ହେଉଛନ୍ତି ଲୋଭର ବଶବର୍ତୀ

ବୌଦ୍ଧ: ବାରମ୍ବାର ଗୋଟିଏ ପରେ ଗୋଟିଏ ଚଢାଉ କରୁଛି ଭିଜିଲାନ୍ସ । ଜଣଙ୍କ ପରେ ଜଣେ ହେଉଛନ୍ତି ଗିରଫ । କିନ୍ତୁ ଅତୀତର ଘଟଣାବଳୀରୁ କିଛି ଶିକ୍ଷା ପାଇ ପାରୁନାହାନ୍ତି ସରକାରୀ କର୍ମଚାରୀ । ବାରମ୍ବାର ଲାଂଚ ନେଇ ଫସୁଛନ୍ତି ଭିଜିଲାନ୍ସ ହାତରେ । ଆଜି ବି ମଧ୍ୟ ଜଣେ ସରକାରୀ କର୍ମଚାରୀ ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ବୌଦ୍ଧ ଜିଲ୍ଲାର ହରଭଙ୍ଗା ଥାନା ଆଇଆଇସି ପୁଷ୍ପଲତା ରାଉତରାୟ ଲାଂଚ ନେବା ବେଳେ ଧରିନେଲା ଭିଜିଲାନ୍ସ ଟିମ୍ । ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।
ସୂଚନାନୁଯାୟୀ, ଶରତ ବେହେରା ନାମକ ଜଣେ ବ୍ୟକ୍ତି ତାଙ୍କର ବାଲି ଉତୋଳନରେ ନିୟୋଜିତ ହୋଇଥିବା ଗାଡିକୁ ଛାଡିବା ପାଇଁ ୧ ଲକ୍ଷ ଟଙ୍କା ଲାଂଚ ମାଗିଥିଲେ । ୮୦ ହଜାର ଟଙ୍କା ନେଇ ଗାଡି ଛାଡିବା ପାଇଁ ଶରତ କହିଥିଲେ । କିନ୍ତୁ ଶରତ ଲାଂଚ ଟଙ୍କା ନ ଦେଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପରେ ଭିଜିଲାନ୍ସ ପକ୍ଷରୁ ପୁଷ୍ପଲତାଙ୍କୁ ଧରିବା ପାଇଁ ଜାଲ ବିଛା ଯାଇଥିଲା । ବୌଦ୍ଧ ଓ ବ୍ରହ୍ମପୁର ଭିଜିଲାନ୍ସ ଟିମର ଏକ ଟିମ ଚଢାଉ କରି ଲାଂଚ ନେଉଥିବା ବେଳେ ପୁଷ୍ପଲତାଙ୍କୁ ଧରିଥିଲେ । ପରେ ଘଟଣାର ଅଧିକ ତଦନ୍ତ ପାଇଁ ତାଙ୍କୁ ଫୁଲବାଣୀସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି ।