୮୦ ବିମାନକୁ ବାତିଲ କରିବା ପାଇଁ ଏୟାରଲାଇନ୍ସର ଆବେଦନ

ସେପ୍ଟେମ୍ବର ୮ତାରିଖରୁ ୮୦ଟି ବିମାନକୁ ବାତିଲ କରିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଅନୁରୋଧ କରାଯାଇଛି ।

ଆଇଜିଆଇଏରେ ପାର୍କିଂ ବ୍ୟବସ୍ଥା ପର୍ଯ୍ୟାପ୍ତ: ଡିଆଇଏଏଲର ସ୍ପଷ୍ଟୋକ୍ତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୮ତାରିଖରୁ ତିନି ଦିନ ମଧ୍ୟରେ ଆସୁଥିବା ୮୦ଟି ବିମାନକୁ ବାତିଲ କରିବା ପାଇଁ ଏୟାରଲାଇନ୍ସ ପକ୍ଷରୁ ଅନୁରୋଧ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୯ ଓ ୧୦ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ତେଣୁ ଟ୍ରାଫିକ କଟକଣାକୁ ଦୃଷ୍ଟିରେ ରଖି ଏୟାରଲାଇନ୍ସ ଏହି ନିଷ୍ପତି ନେଇଛି । ଦିଲ୍ଲୀ ବିମାନବନ୍ଦର ତଥା ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଦେଶର ସର୍ବବୃହତ ବିମାନବନ୍ଦର ହୋଇଥିବା ବେଳେ ଏଠାରେ ଦୈନିକ ପ୍ରାୟ ୨ ଲକ୍ଷ ଯାତ୍ରୀଙ୍କୁ ପରିବହନ କରିଥାଏ । ଜିଏମଆର ଗ୍ରୁପ କନସୋର୍ଟିୟମ ଦିଲ୍ଲୀ ଇଂଟରନ୍ୟାସନାଲ ଏୟାରପୋର୍ଟ ଲିମିଟେଡ (ଡିଆଇଏଏଲ) ଗୁରୁତ୍ୱାରୋପ କରିଛି ଯେ, ଶିଖର ସମ୍ମିଳନୀ ସମୟରେ ବିମାନ ବନ୍ଦରରେ ବିମାନ ପାଇଁ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନ ରହିଛି । ବିମାନ ବାତିଲ ହେବା ନେଇ ସାମ୍ପ୍ରତିକ ଖବରର ବିମାନ ପାର୍କିଂ ସହ କୌଣସି ସମ୍ପର୍କ ନାହିଁ । ଏପର୍ଯ୍ୟନ୍ତ ୮୦ଟି ଉଡାଣ ଏବଂ ୮୦ଟି ଘରୋଇ ବିମାନ ବାତିଲ କରିବାକୁ ଅନୁରୋଧ ପାଇଛୁ, ଯାହା କି ଦିଲ୍ଲୀ ବିମାନବନ୍ଦରରେ ସ୍ୱାଭାବିକ ଘରୋଇ ଉଡାଣର ମାତ୍ର ୬ ପ୍ରତିଶତ । ଏହି କଟକଣା ଅନ୍‌ତର୍ଜାତୀୟ ବିମାନ ଚଳାଚଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।