ବନ ବିଭାଗ ଦ୍ୱାରା ଫୁଲଟା ଗ୍ରାମରୁ ବଜ୍ରକାପ୍ତା ଉଦ୍ଧାର

ଫୁଲଟା ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବ୍ରହ୍ମପୁର ବନ ବିଭାଗ।

ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ ସୂଚନା

ବ୍ରହ୍ମପୁର: ବ୍ରହ୍ମପୁର- ସହର ଉପକଣ୍ଠ ଫୁଲଟା ଗ୍ରାମରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ବ୍ରହ୍ମପୁର ବନ ବିଭାଗ। ସୂଚନା ମୁତାବକ ଫୁଲଟା ଗ୍ରାମର ଉମାକାନ୍ତ ସାସମଲଙ୍କ ଘର ବାରିରେ ଏହି ବିଳୁପ୍ତ ପ୍ରାୟ ପ୍ରାଣୀଙ୍କୁ ପରିବାର ଲୋକେ ଦେଖିଥିଲେ। ଏହାପରେ ସେମାନେ ଉକ୍ତ ଜୀବଟିକୁ ଉଦ୍ଧାର କରି ରଖିବା ସହିତ ସେହି ଗ୍ରାମର ବିନାୟକ ହୋତାଙ୍କ ଜରିଆରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଖବର ପାଇବାପରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ନିର୍ଦ୍ଦେଶକ୍ରମେ ବନାଞ୍ଚଳ ଅଧିକାରୀ ମାଣିକେଶ୍ୱରୀ ହାଂସଦାଙ୍କ ନେତୃତ୍ୱରେ ଏକ ଟିମ ଯାଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାରକରି ଆଣିଛନ୍ତି। ବଜ୍ରକାପ୍ତାଟିର ଲମ୍ଭ ୩ ଫୁଟ ରହିଥିବା ବେଳେ ଏହାର ବୟଷ ୮ ବର୍ଷରୁ ଉର୍ଦ୍ଧ ହେବ। ସେହିପରି ଉଦ୍ଧାର ବଜ୍ରକାପ୍ତାର ସ୍ୱାସ୍ଥ୍ୟ ପରିକ୍ଷାପରେ ତାକୁ ସଂରକ୍ଷିତ ଜଙ୍ଗଳରେ ଛଡାଯାଇଥିବା ବ୍ରହ୍ନପୁର ବନାଞ୍ଚଳ ଅଧିକାରୀଣି ମାଣିକେଶ୍ୱରୀ ହାଂସଦା ସୂଚନା ଦେଇଛନ୍ତି।