ଶ୍ରୀକ୍ଷେତ୍ରରୁ ମା’ସୁଭଦ୍ରା ପଠାଇଲେ ତୁଳସୀ କ୍ଷେତ୍ର ବଡ ଭାଇଙ୍କ ପାଖକୁ ରାକ୍ଷୀ

ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀରୁ ମା’ସୁଭଦ୍ରା ଭାଇ ବଳଦେବଜୀଉଙ୍କ ନିମନ୍ତେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାକୁ ରାକ୍ଷୀ ପଠାଇଛନ୍ତି ।

ତୁଳସୀ କ୍ଷେତ୍ର ଗଲା ରାକ୍ଷୀ

ପୁରୀ: ଜଗନ୍ନାଥଧାମ ଶ୍ରୀକ୍ଷେତ୍ର ପୁରୀରୁ ମା’ସୁଭଦ୍ରା ଭାଇ ବଳଦେବଜୀଉଙ୍କ ନିମନ୍ତେ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାକୁ ରାକ୍ଷୀ ପଠାଇଛନ୍ତି । ଶ୍ରୀମନ୍ଦିରର ବରିଷ୍ଠ ଦଇତାପତି ସେବାୟତ ତଥା ମା’ ସୁଭଦ୍ରାଙ୍କ ଦାଡଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ରଙ୍କ ପରିଚାଳନାରେ ପୁରୀ ଗୋବର୍ଦ୍ଧନ ପୀଠାଧିଶ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କଠାରୁ ରାକ୍ଷୀ ଗ୍ରହଣ କରି ହାଇଟେକ ଗ୍ରୁପର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ, ମ୍ୟାନେଜିଂ ଟ୍ରଷ୍ଟି ସୁରେଶ କୁମାର ପାଣିଗ୍ରାହୀ ତୁଳସୀ କ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀଉଙ୍କ ନିକଟରେ ପହଂଚାଇଛନ୍ତି । ରାସ୍ତାର ବିଭିନ୍ନ ସ୍ଥାନରେ ଘଂଟା ଘଂଟା ସହ ସ୍ଥାନୀୟ ବାସିନ୍ଦାମାନେ ରାକ୍ଷୀକୁ ସ୍ୱାଗତ ଜଣାଇଥିଲେ । ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଅତି ଆଡମ୍ବର ସହ ସ୍ୱାଗତ ସମ୍ବର୍ଦ୍ଧନା କରି ଏହି ରାକ୍ଷୀକୁ ଗ୍ରହଣ କରାଯାଇଥିଲା ।