କଂଗ୍ରେସରେ ଯୋଗ ଦେବେ ପୂର୍ବତନ ଭାରତୀୟ ହକି ଅଧିନାୟକ ପ୍ରବୋଧ ତିର୍କୀ

ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେବେ ।

ଓଡିଶା କଂଗ୍ରେସ ନେତାଙ୍କ ସହ ଆଲୋଚନା

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗ ଦେବେ । ସେ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ କରି ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ନିଷ୍ପତି ନେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ପ୍ରବୋଧ କହିଛନ୍ତି, ବରିଷ୍ଠ ସାଂସଦ ରାହୁଲ ଗାନ୍ଧୀଙ୍କ କଥାରେ ପ୍ରଭାବିତ ହୋଇ ସେ ଦଳରେ ଯୋଗ ଦେବାକୁ ନିଷ୍ପତି ନେଇଛନ୍ତି । ଏ ନେଇ ସେ ଓଡିଶା କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି । ପ୍ରଥମେ ଭୁବନେଶ୍ୱରରେ କଂଗ୍ରେସରେ ଯୋଗ ଦେବା ପରେ ନୂଆଦିଲ୍ଲୀ ଯାଇ ଦଳର ବରିଷ୍ଠ ନେତାଙ୍କୁ ଭେଟିବେ । ନିକଟରେ ସୁନ୍ଦରଗଡ ଜିଲ୍ଲାରେ ବାଲିଶଙ୍କରା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ନେତାଙ୍କ ସହ ବିକ୍ଷୋଭ କରିବା ସମୟରେ ତଳସରା ବିଧାନସଭା ନିର୍ବାଚନମଣ୍ଡଳୀର ସମସ୍ୟା ସଂକ୍ରାନ୍ତରେ ଗଣମାଧ୍ୟମରେ କହିଥିଲେ । ପ୍ରବୋଧ ଜାତୀୟ ସ୍ତରରେ ହକି ଦଳର ଅଧିନାୟକ ଥିଲେ । ସେ ୨୦୦୧ରେ ଏକଲବ୍ୟ ପୁରସ୍କାରପ୍ରାପ୍ତ ଏବଂ ୨୦୦୯ରେ ରାଜ୍ୟ କ୍ରୀଡା ପୁରସ୍କାର ଗ୍ରହଣ କରିଥିଲେ ।