ସେପ୍ଟେମ୍ବର ୨୧ରେ ଓଡ଼ିଶା ବିଧାନସଭା ବାଚସ୍ପତି ନିର୍ବାଚନ!

ବିଧାନସଭା ବାଚସ୍ପତି ପଦ ପୂରଣ ପାଇଁ ନିର୍ବାଚନ ହେବ।

ପରଦିନ ମୌସୁମୀ ଅଧିବେଶନ!

ଭୁବନେଶ୍ବର: ସେପ୍ଟେମ୍ବର ୨୧ ତାରିଖରେ ରାଜ୍ୟରେ ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ଏବଂ ପରଦିନ (ସେପ୍ଟେମ୍ବର ୨୨) ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ବିକ୍ରମ କେଶରୀ ଆରୁଖ ନିଜ ପଦରୁ ଇସ୍ତଫା ଦେବା ପରେ ବାଚସ୍ପତି ପଦ ଖାଲି ପଡ଼ିଛି। ତେବେ ଅଫିସିଆଲ ସୂତ୍ରରୁ କୌଣସି ବିଦ୍ଧିବଦ୍ଧ ଘୋଷଣା ନ କରା ଯାଇଥିଲେ ବି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି।

ସୂତ୍ରରୁ ପ୍ରକାଶ ଯେ ବାଚସ୍ପତି ପଦ ପାଇଁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ତାରିଖ ସେପ୍ଟେମ୍ବର ୧୮ ରହିଛି। ମୌସୁମୀ ଅଧିବେଶନ ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଅକ୍ଟୋବର ୩ତାରିଖରେ ବିଧାନସଭାରେ ସପ୍ଲିମେଣ୍ଟାରୀ ବଜେଟ୍ ଉପସ୍ଥାପନ କରାଯିବ।