ଦିଗପହଣ୍ଡି ବ୍ଳକ ଅଧ୍ଯକ୍ଷ ନିର୍ବାଚନ ସ୍ଥଗିତ ନେଇ ଉତ୍ତେଜନା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତକୁ ନେଇ ଉତ୍ତେଜନା ଦେଖା ଯାଇଛି।

ରାସ୍ତା ଅବରୋଧ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତକୁ ନେଇ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିପିନ ସମର୍ଥକ ମାନେ ରାସ୍ତାରେ ଟାୟାର ଜାଳି ଅବରୋଧ କରିଥିଲେ। ଏପରିକି ପରିସ୍ଥିତି ଅଣାୟତ୍ତ ହେବାରୁ ବ୍ୟାପକ ପୋଲିସ ମୁତୟନ ରହିଥିବା ଜଣାପଡିଛି। ପୂର୍ବରୁ ଏହି ବ୍ଲକ ଅଧ୍ୟକ୍ଷ ଥିବା ସୁନିତା ସେଠୀଙ୍କ ଅକାଳ ବିୟୋଗ ପରେ ଆଜି ହେବାକୁ ଥିଲା ଏହି ଉପ ନିର୍ବାଚନ ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ନିର୍ବାଚନ ପାଇଁ ପ୍ରାର୍ଥୀ ହେବାକୁ ଥିବା ବେଳେ ଗୋଟିଏ ଗୋଷ୍ଠୀର ୧୪ ଜଣ ବ୍ଲକ ଭିତରକୁ ଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଦଶ ଜଣ ଅନୁପସ୍ଥିତ ରହିଥିବା ଯୋଗୁଁ ନିର୍ବାଚନ ବାତିଲ କରାଯାଇଥିବା ନିର୍ବାଚନ ଅଧିକାରୀଙ୍କ ଠାରୁ ନିର୍ଦ୍ଧେଶ ବ୍ଲକ କୁ ଆସିବା ପରେ ନିର୍ବାଚନ କୁ ସ୍ଥଗିତ କରାଯାଇଛିl ଏହାପରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିପିନ ପ୍ରଧାନ ଙ୍କ ସମର୍ଥକ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଓ ବିଭିନ୍ନ ନାରାବାଜି ଦେଇଥିଲେ। ଶାନ୍ତି ଶୃଙ୍ଖଳା ପାଇଁ ୫ ଆଇ ଆଇ ସି, ଦୁଇ ଏ ଏସ ପି, ଡି ଏସ ପି ଜଣେ ଙ୍କ ସମେତ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତ୍ତୟନ କରାଯାଇଛି।