ଋଷର ‘ଶତାନ-୨’ କ୍ଷେପଣାସ୍ତ୍ର

ଶତାନ-୨ କ୍ଷେପଣାସ୍ତ୍ରକୁ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରିଛି ଋଷ ।

ଏହା ଆନ୍ତର୍ମହାଦେଶୀୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର

ମସ୍କୋ: ‘ଶତାନ-୨’ କ୍ଷେପଣାସ୍ତ୍ରକୁ ଯୁଦ୍ଧ କ୍ଷେତ୍ରରେ ନିୟୋଜିତ କରିଛି ଋଷ । ଶତାନ-୨ ହେଉଛି ଆରଏସ-୨୮ ଆନ୍ତର୍ମହାଦେଶୀୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର । ସାର୍ମତ ହେଉଛି ଋଷିଆର ପରବର୍ତୀ ପିଢିର ଆନ୍ତର୍ମହାଦେଶୀୟ ବାଲେଷ୍ଟିକ୍ କ୍ଷେପଣାସ୍ତ୍ର (ଆଇସିବିଏମ) । ଏହା ଦେଶର ସାଇଲୋ ଭିତିକ ରଣନୈତିକ ପ୍ରତିରୋଧକ ଶକ୍ତିର ମେରୁଦଣ୍ଡ । ଏହାର ପ୍ରଭାବଶାଳୀ ଦୂରତା ଏବଂ ବିନାଶକାରୀ ଶକ୍ତି ସହିତ ସାରମତକୁ ବିଶ୍ୱର ସବୁଠାରୁ ମାରାତ୍ମକ ପରମାଣୁ କ୍ଷେପଣାସ୍ତ୍ର ଭାବେ ବିବେଚନା କରାଯାଏ । ଏହି ୨୦୦ ଟନରୁ ଅଧିକ ଓଜନର ଏବଂ ଏକାଧିକ ଯୁଦ୍ଧାସ୍ତ୍ର ପରିବହନ କରିବାରେ ସକ୍ଷମ ସାରମତ କ୍ଷେପଣାସ୍ତ୍ର ନିରୋଧି ପ୍ରତିରକ୍ଷା ପ୍ରାଣାଳୀକୁ ଏକ କ୍ଷୁଦ୍ର ପ୍ରାରମ୍ଭିକ ପ୍ରୋତ୍ସାହନ ପର୍ଯ୍ୟାୟ ସହିତ ଦୂରେଇ ରଖିବା ପାଇଁ ପ୍ରସ୍ତୁତ କରାଯାଇଛି । ନାଟୋ ସାର୍ମତ କ୍ଷେପଣାସ୍ତ୍ରକୁ ; ‘ଏସଏସ-ଏକ୍ସ-୨୯’ ବା ‘ଏସଏସ-ଏକ୍ସ-୩୦’ ନାମରେ ନାମିତ କରିଥିବା ବେଳେ ପାଶ୍ଚାତ୍ୟ ଗଣମାଧ୍ୟମ ଏହାକୁ ଶତାନ-୨ ବୋଲି କହିଆସୁଛି ।