ଜନସାଧାରଣଙ୍କୁ ମହଙ୍ଗା ମାଡ; ପୁଣି ପେଟ୍ରୋଲ ଦର ବୃଦ୍ଧି
ଆଜି ରାଜ୍ୟରେ ପେଟ୍ରୋଲ ଦର ବୃଦ୍ଧି ଘଟିଛି ।
କେବେ ମିଳିବ ଆଶ୍ୱସ୍ତି?
ଭୁବନେଶ୍ୱର: ଜନସାଧାରଣଙ୍କୁ ମହଙ୍ଗା ମାଡର ଭୟ । କିଛି ଦିନର ଆଶ୍ୱସ୍ତି ପରେ ପୁଣି ମହଙ୍ଗା ମାଡର ଭୟ ଘାରିଛି ଜନସାଧାରଣଙ୍କୁ । ପ୍ରଥମେ ପନିପରିବା ସହ ଖାଇବା ସାମଗ୍ରୀର ଦର ବୃଦ୍ଧି ହୋଇଥିବା ବେଳେ ଏବେ ତାହା କମି ସାମାନ୍ୟ ଆଶ୍ୱସ୍ତ ପ୍ରଦାନ କରିଥିବା ବେଳେ କିଛି ଦିନ ତଳେ ଗ୍ୟାସ ସିଲିଣ୍ଡର ପିଛା ୧୫୦ରୁ ୨୦୦ ଟଙ୍କା ହ୍ରାସ କରିଥିଲେ କେନ୍ଦ୍ର ସରକାର, ଯେଉଁ ଖବର ଶୁଣି ଲୋକେ ଖୁସି ହୋଇଯାଇଥିଲେ । କିନ୍ତୁ ଏବେ ପୁଣି ପେଟ୍ରୋଲ ଦର ବୃଦ୍ଧି ହୋଇଛି । ଯାହାକି ଲୋକମାନେ ଦରବୃଦ୍ଧି ଭିତରେ ସତେ ଯେମିତି ପେଶି ହୋଇ ଯାଉଛନ୍ତି ।
ସେପ୍ଟେମ୍ବର ୨ରେ ଭୁବନେଶ୍ୱରରେ ପେଟ୍ରୋଲ ଦର ବୃଦ୍ଧି ହୋଇ ୧୦୩ ଟଙ୍କା ୪୭ ପଇସା ରହିଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୦୩ ପଇସା ରହିଛି । ସେହିପରି କଟକରେ ପେଟ୍ରୋଲ ଦର ୧୦୩ ଟଙ୍କା ୭୮ ପଇସା ଏବଂ ଡିଜେଲ ଲିଟର ପିଛା ୯୫ ଟଙ୍କା ୩୩ ପଇସା ରହିଛି ।
ସେହିପରି ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଲିଟର ପିଛା ଦିଲ୍ଲୀରେ ୯୬.୭୨ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କା, ମୁମ୍ବାଇରେ ୧୦୬.୩୧ ଟଙ୍କା ଏବଂ ଚେନ୍ନାଇରେ ୧୦୨.୬୩ ଟଙ୍କା ରହିଥିବା ବେଳେ ଡିଜେଲ ଦର ଲିଟର ପିଛା ଦିଲ୍ଲୀରେ ୮୯.୬୨ ଟଙ୍କା, କୋଲକାତାରେ ୯୨.୭୬ ଟଙ୍କା, ମୁମ୍ବାଇରେ ୯୪.୨୭ ଟଙ୍କା ଏବଂ ଚେନ୍ନାଇରେ ୯୪.୨୪ ଟଙ୍କା ରହିଛି ।
ଗତ ୧୫ ମାସ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୩୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ତଥାପି ଇନ୍ଧନ ଦରରେ କୌଣସି ପରିବର୍ତନ କରିନାହାନ୍ତି ତୈଳ ବିପଣନ କମ୍ପାନୀ । ଗତ ୨୦୨୨ ମେ ମାସରେ କେନ୍ଦ୍ର ସରକାର ଶେଷ ଥର ପାଇଁ ପେଟ୍ରୋଲରେ ୮ ଟଙ୍କା ଓ ଡିଜେଲରେ ୬ ଟଙ୍କା ଦର ହ୍ରାସ କରିଥିଲେ । କିନ୍ତୁ ଏବେ ଦେଖିବା ବାକି ରହିଲା କେବେ କମିବ ଅଶୋଧିତ ତୈଳ ଦର ।