ହରିୟାଣା, ୦୪/୧୨: ପାନିପତର ଭାବଡ ଗାଁରେ ଚାରି ପିଲାଙ୍କୁ ହତ୍ୟା କରିଛି ଜଣେ ମହିଳା ସାଇକୋ କିଲର୍। ସାଇକୋ କିଲର୍ ପୁନମ୍ ତାଙ୍କ ପୁଅ ଶୁଭମ ସମେତ ଚାରି ଜଣ ପିଲାଙ୍କୁ ହତ୍ୟା କରିବାର ଅଭିଯୋଗ ଅଛି। ତଦନ୍ତରୁ ଜଣାପଡିଛି ଯେ, ପୁନମ ନିଜ ଅପେକ୍ଷା ଆଉ କାହାକୁ ସୁନ୍ଦର ଦେଖିବାକୁ ଚାହୁଁ ନଥିଲେ। ଯେଁଉଥିପାଇଁ, ସେ ତାଙ୍କ ପ୍ରିୟ ପୁଅ ଶୁଭମକୁ ଅନ୍ୟ ତିନି ଜଣ ପିଲାଙ୍କ ସହିତ ହତ୍ୟା କରିଥିଲେ। ପୁନମ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।
ପୁନମଙ୍କ ପରିବାର ପୂର୍ବରୁ ତାଙ୍କ ଉପରେ ସନ୍ଦେହ କରୁଥିଲେ। କିନ୍ତୁ କିଛି ଦିନ ପୂର୍ବେ ବିଧି ନାମକ ଜଣେ ଶିଶୁ କନ୍ୟାଙ୍କ ହତ୍ୟା ପରେ, ସେମାନଙ୍କର ସନ୍ଦେହ ଦୃଢ଼ ହେଲା ଏବଂ ସେମାନେ ତାଙ୍କ ବିରୁଦ୍ଧରେ ପୋଲିସ ଅଭିଯୋଗ ଦାୟର କଲେ। ପୁନମର କାର୍ଯ୍ୟରେ ସମସ୍ତେ ଆଶ୍ଚର୍ଯ୍ୟ। ଜଣେ ମାଆ କିପରି ନିଜ ପୁଅକୁ ହତ୍ୟା କରିପାରେ, ବିଶେଷକରି ସୌନ୍ଦର୍ଯ୍ୟ ପାଇଁ? ପୋଲିସ ଏବେ ପୁନମକୁ ଗିରଫ କରି ହେପାଜତକୁ ନେଇଛି।
ପ୍ରଥମେ ପୁନମ୍ ୨୦୨୩ରେ ନିଜ ଝିଆରୀ ଇଶିକା (୯) ଙ୍କୁ ହତ୍ୟା କରିଥିଲା। ୨୦୨୩ରେ ପୁଅ ଶୁଭମର (୪), ୨୦୨୫ରେ ଝିଆରୀ ଜିଆ (୮) ଓ ୨୦୨୫ରେ ବିଦ୍ୟା (୬)ଙ୍କୁ ହତ୍ୟା କରିଥିଲା।
ହତ୍ୟାକାରୀ ପୁନମର ଏକ ବିବାହ ବେଳର ଫଟୋ ସାମ୍ନାକୁ ଆସିଛି। ପୁନମ ତାଙ୍କ ସ୍ୱାମୀ ନବୀନଙ୍କ ସହ ଦେଖାଯାଇଛନ୍ତି। ଫଟୋରେ ପୁନମ ଲାଲ ଲେହେଙ୍ଗା ଏବଂ ହାତରେ ମେହେନ୍ଦି ପିନ୍ଧିଥିବା ଦେଖାଯାଉଛି।